ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପାରମ୍ପରିକ ଖାଦ୍ୟ ମେଳା

ଜଗତସିଂହପୁର, 09/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲାର ଏକମାତ୍ର ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ମେଳା ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଯାଇଛି । ପାରମ୍ପରିକ ଖାଦ୍ୟ ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ । ଏହି ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଖୁବ ଉତ୍ସାହର ସହ ପରିବେଷଣ କରାଯାଇଥିଲା ଯାହାର ମଜା ନେଇଥିଲେ ଡାଏଟ, ଜଗତସିଂହପୁରର ସମସ୍ତ ଗୁରୁ-ଛାତ୍ରଛାତ୍ରୀ । ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ଏହି ଖାଦ୍ୟ ମେଳାରେ ଦଳଗତ ଭାବେ ୧୦ ଟି ଖାଦ୍ୟ ଷ୍ଟଲ ପ୍ରଦର୍ଶିତ ହୋଇଥଲା । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଜ୍ୟୋସ୍ନା ରାଣୀ ଦାଶ, ପ୍ରଜ୍ଞା ଦୀପ୍ତି ସାହୁ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ତ୍ରିଲୋଚନ ସାହୁ, ପୂର୍ଣ୍ଣେନ୍ଦୁ କୁମାର ଗିରି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ସର୍ବଶେଷରେ ଶ୍ରେଷ୍ଠ ବିବେଚିତ ଖାଦ୍ୟ ଷ୍ଟଲ ଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିବାରୁ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ନାୟକଙ୍କ ସହ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ମାନଙ୍କୁ ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ସାଧୁବାଦ୍ ଜ୍ଞାପନ କରିଥିଲେ l
Article Image
1