ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ କଲେଜରେ “ଆସ ବହିଟିଏ କିଣିବା ଦିବସ” ପାଳିତ

ବୁଗୁଡ଼ା, 09/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରରେ ଏପ୍ରିଲ ୯ ତାରିଖ ଦିନ “ଆସ ବହିଟିଏ କିଣିବା ଦିବସ” ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ତହସିଲଦାର ତାପସ ରାଉତ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ପ୍ରଦୀପ କୁମାର ଦାଶ, ଆତ୍ମ ପ୍ରକାଶ ନାୟକ ଓ ଦୁଷ୍ମନ୍ତ ପ୍ରଧାନ , ଅଧ୍ୟାପିକା ଭି. ସନ୍ତୋଷୀ ରାଜୁ ଓ ରଶ୍ମିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପୁସ୍ତକ ପଠନର ଉପାଦେୟତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏ ଅବସରରେ ଓଡିଆ ବିଭାଗ ଅଧ୍ଯାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ ପୁସ୍ତକାଳୟର ପୁସ୍ତକ, ବ୍ଯକ୍ତିର ଜୀବନରେ ଆଲୋକ ଆଣି ମନକୁ ଉଜ୍ଜ୍ବଳ କରିବା ସାଙ୍ଗକୁ ଭବିଷ୍ୟତକୁ ସଫଳ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ଦିନେଶ ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଲାଇବ୍ରେରିଆନ୍ ରଶ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Article Image
1