କୁଜଙ୍ଗ , 10/04/2025, ଉତ୍କଳ voice news - utkalvoicenews.com

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, କୁଜଙ୍ଗ ଗାନ୍ଧୀ, ଓଡିଶା ବିଧାନସଭା ର ପ୍ରାକ୍ତନ ଉପ ବାଚସ୍ପତି, ପାରାଦୀପ ବନ୍ଦର ର ନିର୍ମାତା "ଷଣ୍ଢ ରାଜା" ଙ୍କ ବାସସ୍ଥାନ ପାରାଦୀପ ଗଡ ରାଜବାଟି ରୁ ପୁଣ୍ୟ ମାଟି କଳସ ଧରି ଏକ ବିରାଟ ଶୋଭାଯାତ୍ରା ରେ ନଗର କୀର୍ତ୍ତନ ସହିତ ଓଡ଼ିଶା ସରକାର ଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦୀପ ଗଡ ରାଜ ନଅର ରୁ ଆସି କୁଜଙ୍ଗ ରେ ପହଞ୍ଚିବା ପରେ ସ୍ବର୍ଗତ ନାରାୟଣ ବୀରବର ସାମନ୍ତ ଟ୍ରଷ୍ଟ ଦ୍ଵାରା ଆୟୋଜିତ ଏବଂ ଜେ.ଏସ.ଡବୁଲ ସହାୟତା ରେ ଏକ ସ୍ୱତନ୍ତ୍ର ଭିତ ପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଥିଲା l ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ନାରାୟଣ ବୀରବର ସାମନ୍ତ ଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ l ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସାମନ୍ତ ଙ୍କ ମହନୀୟତା ଓ ମାନବିକତା ଉପରେ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ତପନ କୁମାର ସାମନ୍ତରାୟ, ଶ୍ରୀନିବାସ ସ୍ୱାଇଁ, ତପନ କୁମାର ତ୍ରିପାଠୀ, ବନ୍ଦିତା ଦାସ, ସ୍ବର୍ଗତ ସାମନ୍ତ ଙ୍କ କନ୍ୟା ଡ଼ାକ୍ତର ବାଣୀ ସାମନ୍ତ ପ୍ରମୁଖ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଙ୍କର ଏପରି ଉଦ୍ୟମ କୁ ଭୁଇଅସି ପ୍ରଂଶସା କରିଥିଲେ l