ପାରାଦ୍ଵୀପ, 19/12/2024, ଉତ୍କଳ voice news - utkalvoicenews.comଅଜଣା ଗାଡ଼ି ଧକ୍କାରେ ଶ୍ରମିକ ଙ୍କ ମୃତ୍ୟୁ ଘଟଣାକୁ ନେଇ ଆଇଓସିଏଲ ର ମେଟାଲ କ୍ରାଫ୍ଟ ଶ୍ରମିକ କଲୋନୀରେ ଉତ୍ତେଜନା।

ମୃତ ଶ୍ରମିକ ବିହାର ରାଜ୍ୟ ନଓ୍ବାଦା ଜିଲ୍ଲା ଶ୍ରୀଦାଲା ଥାନା ଅନ୍ତର୍ଗତ କଷିଆଡି ଗ୍ରାମର ର ରାଜେନ୍ଦ୍ର ପ୍ରସାଦ ୟାଦଭ । ସେ ଆଇଓସିଏଲ ର ମେଟାଲ କ୍ରାଫ୍ଟ କମ୍ପାନୀରେ ଓଲ୍ଡର ଭାବେ କାର୍ଯ୍ୟ କରୁଥିଲେ।
ଗତକାଲି ସନ୍ଧ୍ୟାରେ ସେ କୈାଣସି କାମରେ ଯାଉଥିବା ବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇବା ପରେ କିଛି ଶ୍ରମିକ ରାଜେନ୍ଦ୍ର ଙ୍କୁ ଦେଖିବା ପାଇଁ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଶବ ଦେଖାଇ ନଥିବା ଅଭିଯୋଗ କରିଛନ୍ତି ରାଜେନ୍ଦ୍ର ଙ୍କ ସହଯୋଗୀ । ଏହି ଘଟଣା କୁ ନେଇ କଲୋନୀରେ ଉତ୍ତେଜନା ଦେଖାଦେଇଥିଲା , ସକାଳୁ ଶ୍ରମିକମାନେ କାମ ବନ୍ଦ କରି କଲୋନୀରେ ବସି ରହିବା ସହିତ କ୍ଷତିପୂରଣ ଦାବୀ କରିଥିଲେ। ଘଟଣାସ୍ଥଳରେ ଅଭୟଚାନ୍ଦପୁର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସେମାନଙ୍କୁ ଥାନାରେ ଆଲୋଚନା ପାଇଁ ଡକାଛି। ଅଭୟଚାନ୍ଦପୁର ଥାନାରେ ମୃତ ରାଜେନ୍ଦ୍ର ଙ୍କ ସମ୍ପର୍କୀୟ ଭାଇ , କିଛି ଶ୍ରମିକ, ରାଜେନ୍ଦ୍ର କାମ କରୁଥିବା କମ୍ପାନୀ ର ମ୍ୟାନେଜର ଓ ଅଭୟଚାନ୍ଦପୁର ଥାନା ଅଧିକାରୀ ଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଯେପର୍ଯ୍ୟନ୍ତ ସଠିକ କ୍ଷତିପୂରଣ ନମିଳିଛି ଆନ୍ଦୋଳନ ଜାରିରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି।