ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଳରାମପୁର ଉପ୍ରା ପ୍ରାଥମିକ ସରକାରୀ ଉଚ୍ଚ ବିଦ୍ୟାଳୟର ସଫଳତା-୨୦୨୫

କୁଜଙ୍ଗ , 10/04/2025, ଉତ୍କଳ voice news - utkalvoicenews.com
Article Image
୦୯/୦୪/୨୦୨୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଳରାମପୁର ଉପ୍ରା ପ୍ରାଥମିକ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ଯାହାର କି ଆଜି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରଖାଯାଇ ସେହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅନୁଷ୍ଠାନରେ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଯଥା- ମୁଖ୍ୟ ଅତିଥି A.B.E.O ଶ୍ରୀମତୀ ପ୍ରତିମା ସୂତାର , ସମ୍ମାନୀତ ଅତିଥି କ୍ୟାପଟେନ୍ ଜିତେନ୍ଦ୍ର ମହାପାତ୍ର , ସୁରେନ୍ଦ୍ର ନାଥ ସ୍ବାଇଁ (ପୂର୍ବତନ ପ୍ରଧାନ ଶିକ୍ଷକ) ଶ୍ରୀମତୀ ଜୟନ୍ତୀ କୁମାରୀ ଦାସ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଦାସ୍, ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମହାନ୍ତି , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଶନ୍ନ ମହାନ୍ତି, ପୂର୍ବତନ ସଭାପତି ଶ୍ରୀଯୁକ୍ତ ଟୁକୁନ୍ ପଟ୍ଟନାୟକ, ସୁଷମା ଦେଇ,ଅରୁଣା ଦେଇ, ଅଳକା ଦେଇ ପିଲାମାନଙ୍କ ପାଖରେ ସଂକ୍ଷେପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ/ଶିକ୍ଷୟତ୍ରୀ ଯଥା - ମିନତୀ ମିଶ୍ର, ସୁକାନ୍ତି ମିଶ୍ର, ମାନସୀ ଦାସ, ପ୍ରୀତିବାଳା ବେହେରା , ଜୟଶ୍ରୀ ସାମନ୍ତରାୟ, ନନୀକାନ୍ତ ସ୍ବାଇଁ ( କଳା ଶିକ୍ଷକ) ଆଦି ପିଲାମାନଙ୍କ ଭବିଷ୍ୟତକୁ ସୁନ୍ଦର ଭାବରେ ଗଢି ତୋଳିବାରେ ମୁଖ୍ୟ ଭୂମିକା ରହିଛି। ପିଲାମାନେ କିପରି ଭାବରେ ନିଜ ଭବିଷ୍ୟତକୁ ଗଢିତୋଳିବେ ଓ ଆଗକୁ ଯାଇ ସମାଜରେ ସୁନାମ ଅର୍ଜନ କରିବେ ସେ ବିଷୟରେ ମାର୍ଗ ଦର୍ଶନ କରାଇଥିଲେ। ସଭା ପରିଶେଷରେ ବଳରାମପୁର ଉପ୍ରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମହାନ୍ତି ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
Article Image
Article Image
1