ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ମା"ତାରିଣୀଙ୍କ ଉତ୍ସବରେ ବାଦିପାଲା ପାଇଁ ପ୍ରସ୍ତୁତି ବୈଠକ

ଏରସମା, 10/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ମା"ତାରିଣୀଙ୍କ ପୀଠରେ ଓଡ଼ିଆ ନବବର୍ଷ ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଦୁଇଦିନ ଧରି ବାଦିପାଲା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତା ୧୪/୪୨୫ ରିଖ ସୋମବାର ଦିନ ମା"ତାରିଣୀଙ୍କ ନିତି ନିୟମ ଅନୁସାରେ ସକାଳ ୬ ଘଟିକାରେ ମା'ଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ପରେ ୧୦୮ ନଡ଼ିଆ ଭଙ୍ଗାଯାଇ ଭୋଗ ଲାଗିଥାଏ। ସକାଳ ୮ ଘଟିକାରେ ପଣା ଭୋଗ ଲଗାଯାଇ ସମସ୍ତ ପଥଚାଳକ ଓ ଗାଡିଚାଳକ ମାନଙ୍କୁ ଦିଆଯାଏ। ସକାଳ ୯ ଘଟିକା ସମୟରେ ମା"ଙ୍କ ଭୋଗଲଡୁ ନିଲାମ କରାଯାଏ। ସକାଳ ୧୦ ଘଟିକା ସମୟରେ ମା"ତାରିଣୀ ଟ୍ରଷ୍ଟି ତରଫରୁ ବୃଦ୍ଧ, ବୃଦ୍ଧା ମାନଙ୍କୁ ନୂତନ ବସ୍ତ୍ର ଦାନ କରାଯାଏ। ଅପରାହ୍ନ ୨ ଘଟିକାରେ ଝାମୁଯାତ୍ରା, ୩ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ। ଆସନ୍ତା ୧୩/୪/୨୫ ଓ ୧୪/୪/୨୫ ଦୁଇଦିନ ଧରି ବାଦି ପାଲା ଉପଲକ୍ଷେ ଗାୟକ ଚନ୍ଦନ - ପ୍ରଭାତ କୁମାର ଶ୍ରୀଚନ୍ଦନ (ଖୋର୍ଦ୍ଧା)ଙ୍କ ସହିତ ଗାୟକ ଯୁବଯ୍ୟୋତି,ଗାୟକ କୁମୁଦ- କବି ପ୍ରସାଦ ତରାଇ ( କଟକ) ମଧ୍ୟରେ ମା " ତାରିଣୀଙ୍କ ପୀଠରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା।
1