ଏରସମା, 10/04/2025, ଉତ୍କଳ voice news - utkalvoicenews.com

ବିଶ୍ଵ ହୋମିଓପାଥିକ ଦିବସ ତଥା ହୋମିଓପାଥିକିର ଜନକ ଡ଼ା ସି, ଏଫ୍,ଏସ୍ ହ୍ୟାନିମ୍ୟାନଙ୍କର ୨୭୧ ତମ ଜୟନ୍ତୀ, ଅନ୍ନପୂର୍ଣ୍ଣା 'ବି' ଗୃପ କଟକ ବକ୍ସିବଜାର ଠାରେ ସଂଘର ରାଜ୍ୟ ସଭାପତି ଡ଼ା ଅଟଳ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଲୋକ ସେବକ ମଣ୍ଡଳର ସଂପାଦକ ସମାଜର ନିର୍ଦ୍ଦେଶକ,ମୁଦ୍ରାକର ଓ ପ୍ରକାଶକ ଡ଼ା ପ୍ରଭାଶ ଚନ୍ଦ୍ର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଡ଼ା ରଥିନ୍ଦ୍ର ନାଥ ଦତ୍ତ, ସମ୍ମାନୀତ ଅତିଥି ଡ଼ା ପ୍ରଶାନ୍ତ କୁମାର ଦାଶ, ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀମତୀ ହରପ୍ରିୟା ମଲ୍ଲିକ(ଡ୍ରଗ ଇନିସ୍ ପେକ୍ଟର କଟକ) ଯୋଗଦେଇ ହୋମିଓପାଥିକର ଉପାଦେୟତା ସଂପର୍କରେ ବକ୍ତବ୍ୟ ରଖିବା ସହ ଏହି ଚିକିତ୍ସା କ୍ଷେତ୍ରରେ ଘରୋଇ ହୋମିଓପ୍ୟାଥିକ ଚିକିତ୍ସିକ ସଂଘ ଓଡ଼ିଶାର ଚିକିତ୍ସକ ମାନେ ଏହାର ପ୍ରସାର ନିମିତ୍ତ ମୁଖ୍ୟ ଭୂମିକା ସଂପର୍କରେ ଭୂୟସୀ ପ୍ରଶଂସା କରିଥିଲେ।ସଂଘର ଦାବି ସଂପର୍କରେ ସରକାର ଦୃଷ୍ଟି ଦେବାକୁ ମତ ପୋଷଣ କରିଥିଲେ।ଉକ୍ତ ସମ୍ମିଳନୀରେ ଉପ ସଭାପତି ଡ଼ା ରଞ୍ଜନ କୁମାର ଚ୍ୟୈlଧୁରୀ, ରାଜ୍ୟ ସଂପାଦକ ଡ଼ା ମଦନ ମୋହନ ପାତ୍ର, ଯୁଗ୍ମ ସଂପାଦକ ଡ଼ା ରଞ୍ଜନ କୁମାର ସିଂହ, ମାଲକାନଗିରି ଜିଲ୍ଲା ଡିଓ ଡ଼ା ବିଜୟ ବିଶ୍ଵାସ, ରାଜ୍ୟ କୋଷାଧ୍ୟକ୍ଷ ଡ଼ା ନାରାୟଣ ମୁଦୁଲି,କଟକ ଡିଓ ଡ଼ା ଧନେଶ୍ଵର ମହାପାତ୍ର, ରାଜ୍ୟ ଅର୍ଗାନାଇଜର ଡ଼ା ବିନୋଦ ବିହାରୀ ଦାସ, ଜଗତସିଂହପୁର ଜିଲ୍ଲା ଡିଓ ଡ଼ା ସୁବଳ ରାଉତ, ଡା ତପନ ବେରା, ଡ଼ା ଦିଲିପ ନାୟକ,ଡ଼ା ରାମଚନ୍ଦ୍ର ଦାଶ,ଡ଼ା ଭାସ୍କର ନନ୍ଦ,ଡ଼ା ଇଶାଣୀ ବେହେରା,ଡ଼ା ମୁଜାହିଦ ଅହମ୍ମଦ ଖାଁ ,ଡ଼ା ପରେଶ ଚନ୍ଦ୍ର ସିଂହ,ଡ଼ା ନିରଞ୍ଜନ ମିଶ୍ର,ଡ଼ା ସୀମାଞ୍ଚଳ ମହାପାତ୍ର,ଡ଼ା ଲୋକନାଥ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ସ୍ୱ।ବ ଇଣ୍ଡିଆ ଔଷଧ କମ୍ପାନୀର ଏମ୍ ଡି ସଂଘ ପରିଚାଳନା ବୋର୍ଡର ସଦସ୍ୟ ମାନଙ୍କୁ ସମ୍ମାନୀତ କରିଥିଲେ।ଏହି ଅବସରରେ ଔଷଧ କମ୍ପାନୀର ମ୍ୟାନେଜର ମାନଙ୍କୁ ସଂଘ ତରଫରୁ ରାଜ୍ୟ ସଭାପତି ଡ଼ା ଦାସ ସମ୍ମାନୀତ କରିଥିଲେ। ଡ଼ା ବିରେନ୍ ମହାନ୍ତି ସଭା ପରିଚାଳନା କରିଥିଲେ, ପୁରୀ ଜିଲ୍ଲା ଡିଓ ଡ଼ା ଅଲେଖ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
