ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରକ୍ତଦାନ ଶିବିର

ଜଗତସିଂହପୁର, 11/04/2025, ଉତ୍କଳ voice news - utkalvoicenews.com
Article Image
ଓଡିଆ ପକ୍ଷ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ୨୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ସଂଗ୍ରହ କେନ୍ଦ୍ରକୁ ପଠାଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ ଶିବିରକୁ ଉଦଘାଟନ କରିବା ସହିତ ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ରକ୍ତ ଦାନ ପାଇଁ ସମସ୍ତଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା । ଜିଲ୍ଲା ରକ୍ତଦାନ କେନ୍ଦ୍ରର ଭରପ୍ରାପ୍ତ ଅଧିକାରୀ ଡ଼ା. ପ୍ରିୟନ୍ତ ମେହେରଙ୍କ ନେତୃତ୍ୱରେ ଲାବୋରେଟୋରୀ ଟେକନିସିଆନ ବିଶ୍ଵରଞ୍ଜନ ମଲ୍ଲିକ, ସେବିକା ସୁଚିତ୍ରା ନାୟକ, ଏବଂ ଅଫିସ ସହାୟକ ଜ୍ୟୋତିର୍ମୟ ଦାସ, ଅଭୟ କୁମାର ମାଳତି, ସୁଦର୍ଶନ ମଲ୍ଲିକଙ୍କୁ ନେଇ ୬ ଜଣ ବିଶିଷ୍ଟ ଏକ ଡାକ୍ତରୀ ଦଳ ଉପସ୍ଥିତ ରହି ରକ୍ତ ବର୍ଗୀକରଣ ଓ ସଂଗ୍ରହରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଜ୍ୟୋତ୍ସ୍ନା ରାଣୀ ଦାଶ, ପୂର୍ଣେନ୍ଦୁ କୁମାର ଗିରି, କର୍ମଚାରୀ ସୁକାନ୍ତ କୁମାର ସାହୁ, ଗୁରୁ ଛାତ୍ର-ଛାତ୍ରୀ ବିକ୍ରମ ବାରିକ, ମନିଷା ପ୍ରିୟଦର୍ଶିନୀ ବିଶ୍ଵାଳ, ଶିତୁପର୍ଣ୍ଣା ଦାସ, ସାଲୁନି ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ତ୍ରିଲୋଚନ ସାହୁଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ତଥା ଗୁରୁ-ଛାତ୍ରଛାତ୍ରୀ ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ l
Article Image
1