ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗବପୁର ପ୍ରାଥମିକ ବିଦ୍ୟାଳୟ ଓ କେନ୍ଦୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଏରସମା, 11/04/2025, ଉତ୍କଳ voice news - utkalvoicenews.com
Article Image
ବାଲିତୁଠ ୧୦/୪ ଏରସମା ବ୍ଲକ ଚଟୁଆ ସାଧନା କେନ୍ଦ୍ର ଅଧିନ ବଡ ଗବପୁର ପ୍ରାଥମିକ ବିଦ୍ୟାଳୟ ଓ କେନ୍ଦୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପରିଡା ଙ୍କ ସଭାପତିତ୍ୱ ରେ ଦଶମ ବାର୍ଷିକ କ୍ରୀଡା ଉତ୍ସବ ର ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଯାଇଛି । ଅତିଥି ପରିଚୟ ଦେବଦତ୍ତ ସାମନ୍ତରାୟ ,ସମୀର କୁମାର ରାଉତରାୟ ଦେଇଥିବା ବେଳେ ମମତା ନାୟକସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଟୁନିଲତା ସାମଲ ଅତିଥି ସମ୍ବର୍ଦ୍ଧନା କରିଥିଲେ । ବାର୍ଷିକ କ୍ରୀଡ଼ାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସଂମାନିତ ଅତିଥି ଭାବେ ଏରସମା ବ୍ଲକ ଅଧକ୍ଷା ଲଷ୍ମୀ ପ୍ରିୟା ମହାପାତ୍ର, ଉପାଧକ୍ଷ ବିକାଶ କୁମାର ପରିଡା,ଚାରି ନଂ ଯୋନ ର ଜିଲ୍ଲା ପରିଷଦ ପିନାକୀ ନାରାୟଣ ଦାସ,ବାଲିତୁଠ ସରପଞ୍ଚ ପ୍ରଫୁଲ ଦାସ,ବାମଦେଇପୁର ସମିତି ସଭ୍ୟ ବିକ୍ରମ ମହାପାତ୍ର, ଏରସମା ସହ ଶିକ୍ଷା ଅଧିକାରୀ ଗୋପବନ୍ଧୁ ନାୟକ,ଲୀୟାକାତ ଅଲ୍ଲୀ ଖାଁ,ସାଧନା ସଂଯୋଜିକା ରାଜଶ୍ରୀ ବେହେରା,ଲୋକନାଥ ମହାନ୍ତି,ନବକିଶୋର ପାଳ, ପବିତ୍ର କୁମାର ମହାପାତ୍ର, ବିଶିକେଶନ ବାରିକ,ସାମ୍ବାଦିକ ଚିତ୍ତ ସ୍ୱାଇଁ ,ଶିଶିର ମହାପାତ୍ର ଯୋଗ ଦେଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶାନ୍ତିଲତା ସାହୁ,ଲିଜାଲିନୀ ବେହେରା, ପୁଷ୍ପାଞ୍ଜଳି ମୁଦୁଲି, ସୁଚିତ୍ରା ଭୋଳ ପରିଚାଳନା କରିଥିଲେ ।
1