ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆୟୂସ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଏରସମା, 11/04/2025, ଉତ୍କଳ voice news - utkalvoicenews.com
Article Image
ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ଆଜି କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର  ଓଡ଼ିଶାରେ ଆଜି ଆୟୁଷ୍ମାନ ଭାରତ ଯୋଜନା ଲାଗୁକରିଛନ୍ତି ।କଟକ ଠାରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଛି ।ଏହି ଅବସରରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଏରସମା ବ୍ଳକ ବିଡ଼ିଓ ଦାଶରଥି ଜେନା ଯୋଗଦେଇ ଉକ୍ତ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ଏହାର ସୁଫଳ ଉପରେ ବୁଝାଇଥିଲେ ।ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ସି ଡ଼ି ପି ଓ ଶ୍ରୀମତୀ କ୍ରିଷ୍ଣା ରାଉତ ,ବ୍ଳକ ଉପାଧ୍ୟକ୍ଷ ବିକାଶ କୁମାର ପରିଡା ,୪ନଂ ଯୋନର ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ ,ବାଲିତୁଠ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ଗିରିଜା ଶଙ୍କର ମହାପାତ୍ର , ଫାର୍ମାସିଷ୍ଟ ପ୍ରସନ୍ନ କୁମାର ସାମନ୍ତରାୟ ,ସ୍ଥାନୀୟ ସରପଞ୍ଚ ପ୍ରଫୁଲ କୁମାର ଦାସ ,ଚଟୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି ,ବାମଦେଇପୁର ପଞ୍ଚାୟତର ସମିତି ସଭ୍ୟ ବିକ୍ରମ କୁମାର ମହାପାତ୍ର ,ବାମଦେଇପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ ,ସମାଜସେବୀ ଶିବ ପ୍ରସାଦ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଥିରେ ୧୦ଜଣ ହିତାଧିକାରୀଙ୍କୁ ଏକକ କାର୍ଡ ବଣ୍ଟନ କରିଥିଲେ ।ରଶ୍ମିରଞ୍ଜନ ଖୁଣ୍ଟିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଆୟୁଷ ଡା.ଗିରିଜା ଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଳକ ଜେ.ଇ ଲଳିତ କୁମାର ବସ୍ତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପରିଚାଳନା କରିଥିଲେ ।ସେହିପରି ଢ଼ିଙ୍କିଆ ପଞ୍ଚାୟତ ଢ଼ିଙ୍କିଆ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ା.ଅଭିଳାଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆୟୁଷ ଡ଼ା.ହରପ୍ରିୟା ବେହେରା , ଢ଼ିଙ୍କିଆ ପଞ୍ଚାୟତ ସରପଞ୍ଚ ପିଙ୍କି ଦାସ ,ଗଡ଼କୁଜଙ୍ଗ ପଞ୍ଚାୟତ ସରପଞ୍ଚ କବିତା ଦାସ ,ନୂଆଗାଁ ପଞ୍ଚାୟତ ସରପଞ୍ଚ ସୁଚିତ୍ରା ମନ୍ତ୍ରୀ ,ସମିତି ସଭ୍ୟା ସସ୍ମିତା ପଶାୟତ ,ସ୍ୱାସ୍ଥ୍ୟକର୍ମୀ ରବୀନ୍ଦ୍ରନାଥ ସୋରେନ ପ୍ରମୁଖ ଉପସ୍ଥିତ ରହି ୧୦ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଏକକ କାର୍ଡ ବଣ୍ଟନ କରିଥିଲେ ।କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ସ୍ୱାଇଁ ,ନିତ୍ୟାନନ୍ଦ ସ୍ୱାଇଁ ,ସୁଶାନ୍ତ ସ୍ୱାଇଁ ,ବିକ୍ରମଜିତ ସାମନ୍ତରାୟ ,ଦିଲ୍ଲୀପ ବର୍ଦ୍ଧନ ,ଯଦୁନାଥ ଖଟୁଆ ପ୍ରମୁଖ ପରିଚାଳନା କରିଥିଲେ ।
1