ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡା ରେ ଆୟୁସ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ବୁଗୁଡ଼ା, 11/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଆଜି ସାରା ରାଜ୍ୟରେ ଭର୍ଚୁଆଲ ଆପ୍ ମାଧ୍ୟମରେ ଆଯୁସ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିବା ବେଳେ ପ୍ରତେକ ବ୍ଳକର ଉପ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଜନ ସଚେତନତା ଗାଡ଼ି ର ମଧ୍ୟ ଶୁଭାରମ୍ଭ ହୋଇଥିଲା।ବ୍ଳକର କରଚୁଲି, ମାଣିତାରା,ବାଲିପଦର ଓ ଏ କରଡାବାଡି ଉପ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ହୋଇଥିଲା।କରଚୁଲି ଉପ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଜଗଦୀଶ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ହରି କୃଷ୍ଣ ସାହୁ ,ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପାର୍ବତୀ ନାଇକ ,ସମିତି ସଭ୍ୟ ଶ୍ରୀହର୍ଷ ପ୍ରଧାନ,ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, ଭାଗବାନ ପୁର ସରପଞ୍ଚ ସୁଶାନ୍ତ ପ୍ରଧାନ, ତାକରଡା ସରପଞ୍ଚ ଦିଲ୍ଲୀପ ପ୍ରଧାନ, କରସିଙ୍ଗି ସମିତି ସଭ୍ୟ ଚିକୁ ବାରିକ ଓ ଅଲେଖ ନାୟକ,ଜିଲ୍ଲା ପରିଷଦ ପ୍ରତିନିଧି ଜିତେନ୍ଦ୍ର ନାୟକ, ଡାକ୍ତର ପ୍ରିତିସ ରଞ୍ଜନ ସାହୁ ମଞ୍ଚାସୀନ ହୋଇଥିଲେ।ଏହାସହିତ ରାଜ୍ୟ ସରକାର ଏହି ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇ ହିତାଧିକାରୀ ମାନଙ୍କୁ ନୂତନ ସ୍ବାସ୍ଥ୍ୟ କାର୍ଡ ପ୍ରଧାନ କରିଥିଲେ।କରଚୁଲି ଉପ ସ୍ବାସ୍ଥ୍ୟ କେନ୍ଦ୍ର ସହିତ ମାଣିତାରା, ବାଲିପଦର ଓ ଏ କରଡାବାଡି କେନ୍ଦ୍ର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦ୍ବିତିକୃଷ୍ଣ ପାତ୍ର ଉପସ୍ଥିତ ରହି କାର୍ଡ ବଣ୍ଟନ କରିବା ସହିତ ତଦାରଖ କରିଥିଲେ। ବ୍ଳକ ଓ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
Article Image
1