କୁଜଙ୍ଗ, 11/04/2025, ଉତ୍କଳ voice news - utkalvoicenews.com

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡର ଶୁଭାରମ୍ଭ । ଆଜି ଅପରାହ୍ନ ଘ ୨:୩୦ ମି ସମୟରେ ପଙ୍କପାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ପଙ୍କପାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା ସ୍ମୃତିରଞନ ମହାପାତ୍ରଙ୍କ ସଭାପତିତ୍ବ ଓ ଭାରପ୍ରାପ୍ତ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷକ ଶୀ ସୁମନ୍ତ କୁମାର ବେହେରାଙ୍କ ସଂଯୋଯନାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଙ୍କପାଳ ଅଗପାଳ ମହ୍ଲାସାହି ଜିଲ୍ଲାନାସୀ ଓ ଆଖପାଖ ପଞ୍ଚାୟତର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣ ଯୋଗଦେଇଥିଲେ। କୁଜଙ୍ଗ ନଂ-୧ ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରମୋଦ ଚରଣ ସ୍ବାଇଁ, ପଙ୍କପାଳ ପଞ୍ଚାୟତର ସରପଞ୍ଚ ଶ୍ରୀ ସରୋଜ କୁମର ସେଠୀ, ଅଗପାଳ ପଞ୍ଚାୟତର ସରପଞ୍ଚ ଶ୍ରୀ ବିପିନ କୁମାର ବିଶ୍ବାଳ, ପଙ୍କପାଳ ପଞ୍ଚାୟତର ସମିତି ସଭ୍ୟ ଶ୍ରୀମତୀ ପ୍ରଶାନ୍ତି ମହାନ୍ତି, ଭୂତମୁଣ୍ଡାଇ ପଞ୍ଚାୟତର ସରପଞ୍ଚ ଶ୍ରୀ ରୋହିତ କୁମାର ସେଠୀ ପ୍ରମୁଖ ଜନପ୍ରତିନିଧି ଅତିଥି ଭାବରେ ଯୋଗଦେଇ ହିତାଧିକାରୀ ମାନଙ୍କୁ ନୂତନ କାର୍ଡ ପ୍ରଦାନ ସ୍ବରୂପ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପଙ୍କପାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସାଧିକାରୀଣୀ ଡ଼ା ଗିରିଜା ତ୍ରିପାଠୀ, କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସାଧିକାରୀ ଡ଼ା ସମ୍ବିତ କୁମାର ଲେଙ୍କା, ମହିଳା ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷକ ସରଳାବାଳା ରାୟ , ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଅଂଶ ଗ୍ରହଣ କରିଥିଲେ । ପଙ୍କପାଳ ଗ୍ରାମର ଚିନ୍ମୟୀ ସାହୁଙ୍କୁ ପ୍ରଥମ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବା ସହ ଆଖପାଖ ପଞ୍ଚାୟତର ମୋଟ ୧୦ ଗୋଟି କାର୍ଡ ପ୍ରଦାନ କରାଯାଇଥିଲା ।