ଏରସମା, 19/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସତ୍ୟ ଶିବ ମଣ୍ଡପ ପରିସରରେ ଆଜି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର
ଯୁବ ବିଜେଡ଼ି ସଭାପତି ପାର୍ଥ ସାରଥୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସନ୍ନ ଜେନା,ଜିଲ୍ଲା ପର୍ଯ୍ୟବେକ୍ଷକ ମହେଶ୍ୱତା ମିଶ୍ର,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦନ ଦାସ,ରାଜ୍ୟ ବିଜେଡ଼ି ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର,କମଳା କାନ୍ତ ମହାପାତ୍ର,ଶିଶିର ପରିଜା,ବିଜୟ କୁମାର ପାଲ,ଏରସମା ବ୍ଲକ୍ ଯୁବ ବିଜେଡ଼ି ସଭାପତି ବିଭୂତି ଭୂଷଣ ରାୟ,ବାଲିକୁଦା ବ୍ଲକ ଯୁବ ବିଜେଡ଼ି ସଭାପତି ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗଦେଇ ବିଜୁ ଯୁବ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ।ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ୨୦ହଜାରରୁ ଉର୍ଦ୍ଧ୍ବ ସଭ୍ୟ ସଂଗ୍ରହ କରାଯିବ ବୋଲି ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଜେଡ଼ି ଯୁବ ସଂଗଠକ ସମୀର ରଞ୍ଜନ ସ୍ୱାଇ,ଚନ୍ଦନ ମଲ୍ଲିକ,ରାକେଶ ସ୍ବାଇଁ,ସନ୍ତୋଷ ନାୟକ,ସୁଶୀଲ କୁମାର ମଲ୍ଲିକ,ସ୍ୱପ୍ନ କୁମାର ନାୟକ,ସାକୁଲା ରାଉତ,ନିରଞ୍ଜନ ଦାସ,ସୁବ୍ରତ କୁମାର ଦାସ,ନଗେନ୍ଦ୍ର ତରାଇ,ଦେବେନ୍ଦ୍ର କୁମାର ଜେନା,ଦେବଦତ୍ତ ସାହାଣୀ,ଲୋକନାଥ ରାଉତ,ପ୍ରଦୀପ୍ତ ଦାସ,ବିଜୟ କୁମାର ସ୍ବାଇଁ,ଏରସମା ସରପଞ୍ଚ ସଚ୍ଚିଦା ନନ୍ଦ ଦାସ,ମନୋ ରଞ୍ଜନ ପଲାଇ ପ୍ରମୁଖ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ହଜାରରୁ ଉର୍ଦ୍ଧ୍ବ ଯୁବକ ମାନେ ଉପସ୍ଥିତ ଥିଲେ।