ପାରାଦୀପ ଗଡ, 11/04/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ପଞ୍ଚାୟତ ରେ ଶ୍ରୀମା ଉଚ୍ଚ ସରକାରୀ ବିଦ୍ୟାଳୟ ଖେଳ ପଡିଆ ରେ ଶ୍ରୀରାମ ଏଲେଭେନ୍ କ୍ରିକେଟ୍ କ୍ଳବ୍ ଦ୍ବାରା ଆୟୋଜିତ ଚତୁର୍ଥ ବାର୍ଷିକ ଦିବା - ରାତ୍ରୀ ସିମୀତ ଓଭର୍ ଟେନିସ ବଲ୍ କ୍ରିକେଟ୍
ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଳାର ୧୬ ଗୋଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଛନ୍ତି l ଏହା ୦୩ ଦିନ ଧରି ଅନୁଷ୍ଠିତ ହେବ l ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଅବିନାଶ ହାତୀ, ରୋଜାଲିନ ନାୟକ, ସୂର୍ଯ୍ୟକାନ୍ତ ବେହେରା ଯୋଗ ଦେଇ ଥିଲେ l ଅନୁଷ୍ଠାନ ତରଫରୁ ଶ୍ରୀ ସଂଗ୍ରାମ କର, ଅଭିଳାଷ କର, ସଂଜୀବ ସାମଲ, ସ୍ମୃତି ରଂଜନ ସାହୁ, ପୂପୁନା ବେହେରା, ରାଜେଶ ସାହୁ, , ଆଶିଷ ମଙ୍ଗରାଜ, ଅମିତ ମହାରଥା ପ୍ରମୁଖ ଖେଳ ଆୟୋଜନ କରିଥିଲେ l ଆମ୍ପେୟାର ଶ୍ରୀ ସୁଧାଂଶୁ ସାହୁ ଓ ଲକ୍ଷ୍ମଣ ବେହେରା ଖେଳ ପରିଚାଳନା କରିଥିଲେ l