ଏରସମା, 12/04/2025, ଉତ୍କଳ voice news - utkalvoicenews.comଏରସମା ୧୧/୪

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ଆଜି କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଆଜି ଆୟୁଷ୍ମାନ ଭାରତ ଯୋଜନା ଲାଗୁକରିଛନ୍ତି ।କଟକର ଐତିହାସିକ ବାଲିଯାତ୍ରା ପଡିଆଠାରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଛି ।ଏହି ଅବସରରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମଲ୍ଲିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଏରସମା ବ୍ଳକ ବିଡ଼ିଓ ଦାଶରଥି ଜେନା ଯୋଗଦେଇ ଉକ୍ତ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ଏହାର ସୁଫଳ ଉପରେ ବୁଝାଇଥିଲେ ।ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ତଥା ୩ନଂ ଯୋନର ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗୋଚ୍ଛାୟତ,ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମିୟ କୁମାର ସ୍ୱାଇଁ, ମଲ୍ଲିପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ନିବେଦିତା ସୁନ୍ଦର ରାୟ ,ଡ଼. ଅଭିଳାଷ ସେଠୀ, ନୂହାଡି ପଞ୍ଚାୟତ ସରପଞ୍ଚ ବ୍ରଜକିଶୋର ପ୍ରଧାନ, ସମିତି ସଭ୍ୟ ବିଦୁତ୍ ଭୂଷଣ ମହାନ୍ତି, ଫାର୍ମାସିଷ୍ଟ ବିଶ୍ୱଭୂଷଣ ତ୍ରିପାଠୀ ,ପ୍ରଧାନ ଶିକ୍ଷକ ଅକ୍ଷୟ ସାର୍ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଥିରେ ୧୦ଜଣ ହିତାଧିକାରୀଙ୍କୁ ଏକକ କାର୍ଡ ବଣ୍ଟନ କରିଥିଲେ ।ଜିଲ୍ଲାପରିଷଦ ବିତବାସ ଗୋଚ୍ଛାୟତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଆୟୁଷ ଡ଼ ଅଭିଳାଷ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ଶିବ ପ୍ରସାଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
