ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଦେବାଳୟ ଓ ଐତିହ୍ୟ ସ୍ଥଳୀରେ ସ୍ୱଚ୍ଛତା ଅଭିଯାନ

ଜଗତସିଂହପୁର, 12/04/2025, ଉତ୍କଳ voice news - utkalvoicenews.com
Article Image
ଓଡିଆ ପକ୍ଷ ପାଳନ ଅବସରରେ ଶନିବାର ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଦେବାଳୟ ଓ ଐତିହ୍ୟ ସ୍ଥଳୀରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକଙ୍କ ତତ୍ତ୍ଵାବଧାନରେ ‘ପୁଣ୍ୟ ଜନ୍ମଭୂମି ପୂଣ୍ୟ ଦେବାଳୟ, ଦେବା ନାହିଁ ତାକୁ ହେବାକୁ କ୍ଷୟ’ ବାର୍ତ୍ତା ନେଇ ସ୍ଥାନୀୟ ବାରଙ୍ଗ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଏହାର ସଂଲଗ୍ନ ଅଞ୍ଚଳକୁ ସ୍ଵଚ୍ଛ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ଭଲଭାବରେ ପରିଷ୍କାର କରାଯାଇଥିଲା । ଏହି ଅବସରରେ ସିଦ୍ଧ ବାରଙ୍ଗ ଡିଗ୍ରୀ କଲେଜର ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀ ଦେବଦତ୍ତ ବେହେରା ଏବଂ ମନ୍ଦିର ପୂଜକ ଗୋସେଇଁ ଶ୍ରୀ ମହେନ୍ଦ୍ର ନାଥ ଖୁଣ୍ଟିଆ ଯୋଗଦେଇ ଗୁରୁ-ଛାତ୍ରଛାତ୍ରୀ ମାନଙ୍କୁ ସ୍ଵଚ୍ଛତାର ଆବଶ୍ୟକତା, ପ୍ରଭାବ ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ । ଏହି ଅଭିଯାନ ସ୍ଥଳରେ ଡିଆଇଇଟି, ଜଗତସିଂହପୁରର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଜ୍ୟୋତ୍ସ୍ନା ରାଣୀ ଦାଶ, ପ୍ରଜ୍ଞା ଦିପ୍ତୀ ସାହୁ, ତପସ୍ଵିନୀ ମହାପାତ୍ର, ଶିକ୍ଷକ ପ୍ରଶିକ୍ଷକ ପ୍ରିୟବ୍ରତ ପ୍ରିୟଦର୍ଶି ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଶିକ୍ଷକ ପ୍ରଶିକ୍ଷକ ଚିତ୍ତ ରଞ୍ଜନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମିନତୀ କୁମାରୀ ସାହୁ, ସୁକାନ୍ତ କୁମାର ସାହୁ, ସୂଚନା ଓ ଯୋଗାଯୋଗ ଅନୁଦେଷ୍ଟା ଦେବିଶ୍ରୀ ପ୍ରିୟଦର୍ଶିନୀ ଦାଶ ସହଯୋଗ କରିଥିଲେ । ପ୍ରତିଷ୍ଠାନର ପ୍ରଥମ ଓ ଦ୍ଵିତୀୟ ବର୍ଷର ଗୁରୁ-ଛାତ୍ରଛାତ୍ରୀ ମାନେ ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Article Image
1