ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମା ରେ ଜ଼ିଲ୍ଲା ସ୍ତରୀୟ ଆୟୂଷମାନଭାରତ ସ୍ୱାସ୍ଥ୍ୟ କାର୍ଡ ର ବଣ୍ଟନ କଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

ରାହାମା, 12/04/2025, ଉତ୍କଳ voice news - utkalvoicenews.com
Article Image
ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କଟକର ବାଲିଯାତ୍ରା ପଡିଆରେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ରାସାୟନିକ ସାର ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ରାହାମା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟ ରେ ଅନୁଷ୍ଠିତ ହେଇଛି l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଶିଳ୍ପ ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର ସଦା ସର୍ବଦା ରାଜ୍ୟ ର ଅଧିବାସୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଦାୟିତ୍ୱଵାନ ଅଟନ୍ତି l ଏହି ପ୍ରରିପ୍ରେକ୍ଷୀରେ ଏହି ଯୋଜନା ସ୍ଵାସ୍ଥ୍ୟ ସେବା କୁ ଆଉ ପାଦେ ଆଗକୁ ନେବ ଓ ଲୋକେ ମାଗଣା ରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ l ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଲ୍ଲାରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ lବ୍ୟକ୍ତିବିଶେଷ ମାନଙ୍କୁ ଏହି ଏକକ କାର୍ଡ ତାଙ୍କୁ ସେମାନଙ୍କ ଘରେ ନେଇ ଦିଆଯିବ l ତେଣୁ କେହି ବ୍ୟସ୍ତ ନହେବା ପାଇଁ ସେ ଉପଦେଶ ଦେଇଛନ୍ତି l କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଯୋଗଦେଇ କହିଥିଲେ ଯେ, ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କିଭଳି ସଫଳ ଓ ସୂଚାର ରୂପେ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର l ଏହି କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ନୋଡାଲ ଅଧିକାରୀ ଡ଼ା ଶ୍ରୀମତୀ ଶେଫାଳୀ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଶତୃଘ୍ନ ଦାଶ, ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ରଶ୍ମୀ ରଞ୍ଜନ ପଟ୍ଟନାୟକ, ,ସେକସନ ଅଫିସର ବିନୋଦ ରଥ, ଜଗତସିଂହପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରାଚୀ ତନୟା ମହାନ୍ତି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ଚେତନାପୁରୋହିତ,ରାହାମା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର  ମେଡିକାଲ ଅଫିସର ଡଃ. ଋତୁପଣ୍ଣା ମିଶ୍ର , ଡ଼ ଦୁର୍ଗା ପ୍ରସାଦ ମିଶ୍ର । ପ୍ରୋଗ୍ରାମ ପରିଚାଳକ ମନୋଜ ରଞ୍ଜନ ନାୟକ,ପୁରୁଷ ସ୍ଵାସ୍ଥ୍ୟ ପର୍ଯ୍ୟବେକ୍ଷକ ବିରଜା ପ୍ରସାଦ ମହାନ୍ତି,ମହିଳା ସ୍ଵାସ୍ଥ୍ୟ ପର୍ଯ୍ୟବେକ୍ଷକ ରିନା ମଲ୍ଲିକ, ସାଇଲୋ ସେକ୍ଟର ସମସ୍ତ ଆଶା ଦିଦି ,ଓ ସମସ୍ତ ପୁରୁଷ ଓ ମହିଳା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା, ସାଇଲୋ ସରପଞ୍ଚ ସରୋଜ ସେଠି,ପ୍ରମୁଖ ମଞ୍ଚାସୀନ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ମନ୍ତ୍ରୀ ଙ୍କ ପ୍ରତିନିଧି ଦିଲ୍ଲୀପ ବେହେରା, କୁଜଙ୍ଗ ମଣ୍ଡଳ ସଭାପତି ବାରିକ , ଯୁବ ସମାଜ ସେବୀ ପ୍ରତାପ ଚନ୍ଦ୍ର ଦାସ ପ୍ରସନ୍ନ ସ୍ବାଇଁ, ଜିତେନ୍ଦ୍ର ସ୍ବାଇଁ, ଶିଶିର କୁମାର ଦାସ,ପ୍ରଶାନ୍ତ ସାହୁ,କାର୍ତିକ ସାହୁ ସେହି ପରି ହଂଶୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଆୟୁଷ୍ମାନ ଯୋଜନା ର ଶୁଭାରମ୍ଭ କରିଥିଲେ କାଠକୋଟ ସରପଞ୍ଚ ଯୋସ୍ନାମୟୀ ପଟ୍ଟନାୟକ, ବାଲିକଣି ସରପଞ୍ଚ, ସୁଯୋଷ୍ଣା ସିଂହ,ହଂସୁରା ସରପଞ୍ଚ ରବିନାରାୟଣ ଦାସ,ଡ଼ ଜୀବନଜ୍ୟୋତି ସ୍ୱାଇଁ, ଡ଼ ରଞ୍ଜିତା ଦାସ ଆୟୁଷ୍ମାନ କାର୍ଡ଼କୁ ବଣ୍ଟନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ରାଜେନ୍ଦ୍ର ପ୍ରସାଦ ବାରିକ ସେହିପରି ଗୋରଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
Article Image
ମେଡିକାଲ ଅଫିସର ନର୍ଜନା ସୁଲତାନ, ମୁଖ୍ୟ ଅତିଥି ସଂଗ୍ରାମ କେଶରୀ ମହାନ୍ତି ସମ୍ମାନିତ ଅତିଥି ବିଶ୍ୱନାଥ ବିଶ୍ୱାଳ, ସମ୍ମାନିତଅତିଥି /ଗୋରଡ଼ ହାଇସ୍କୁଲ ବୟୀଜନ୍ତି ସାହୁ, , ଗୋରଡ଼ ପଞ୍ଚାୟତ ଅଫିସର ଅକ୍ଷୟ କୁମାର ଜେନା, ଗୋରଡ଼ ସମିତି ସଭ୍ୟ ମେନକା ପରିଡା, ଗୋପବନ୍ଧୁ ସେଠି, ଗଣେଶ୍ୱର ସ୍ୱାଇଁ, ସୁକାନ୍ତ ବିଶ୍ୱାଳ, ଗୋରଡ଼ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଆଶା କର୍ମୀ ମନେ ଉପସ୍ଥିତ ଥିଲେ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକର ରାହାମା,ହଂସୁରା, ଗୋରଡ଼, ପଙ୍କପାଳ, ମାଳହୁଙ୍କା,ପୋତାନାଇ ଥିବା ସମସ୍ତ ପ୍ରାଥମିକ ଚିକତ୍ସା କେନ୍ଦ୍ରରେ ଭିଡ଼ିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରାଯାଇଛି। ଜଗତସିଂହପୁର ର ଜ଼ିଲ୍ଲା ସ୍ତରୀୟ ଆୟୁଷ ମାନ ଵୟୋବନ୍ଦ ସ୍ୱାସ୍ଥ୍ୟକେନ୍ଦ୍ର ସମୁଖରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଦକ୍ଷତା ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ ୧୦ଲକ୍ଷରୁ ଉର୍ଦ୍ଧ ଜନସାଧାରଣଙ୍କୁ କାର୍ଡ ବଣ୍ଟନ କରାଯିବ l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫,୧୫,୬୧୭ ଟି କାର୍ଡ ପଂହଁଚିଛି l ପର୍ଯ୍ୟାୟ କ୍ରମେ ବଳକା କାର୍ଡ ଉପଲବ୍ଧ ହେବ l ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଂଚଳର ଆଶାକର୍ମୀ/ ବହୁମୁଖୀ ଜନସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ l ଏହି ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା, ଅର୍ଥାତ୍‌ ବାର୍ଷିକ ୧୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରାଯିବ । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ।ଜିଲ୍ଲାରେ ୧୬ଟି ଘରୋଇ ହସ୍ପିଟାଲ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ( ଏ. ବି. ପିଏମ. ଜେ. ଏ. ୱାଇ - ଜି. ଜେ. ଏ. ୱାଇ ) ଯୋଜନାରେ ଅନୁବନ୍ଧିତ ଅଛନ୍ତି l ଏହାସହିତ ସାରା ଦେଶରେ ୨୯୦୦୦ ଘରୋଇ ଏବଂ ସରକାରୀ ହସ୍ପିଟାଲ ଏହି ଯୋଜନାରେ ତାଲିକାଭୁକ୍ତ ଅଛନ୍ତି l ନୂଆ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ବର୍ତ୍ତମାନର ସମସ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀ ତାଲିକାଭୁକ୍ତ ହସ୍ପିଟାଲରେ ନିଜର ଆଧାର କାର୍ଡ ସହିତ ବର୍ତ୍ତମାନର ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ l ଏହି କାର୍ଡ ମାଧ୍ୟମରେ ଓଡ଼ିଶାର ହିତାଧିକାରୀ ଓଡ଼ିଶା ବାହାରେ ତଥା ସାରା ଭାରତ ବର୍ଷରେ ଏହି କାର୍ଡ କାର୍ଯ୍ୟରତ ଥିବା ଚିକିତ୍ସାଳୟରେ ନିଜ ନିଜ କାର୍ଡ ର ବ୍ୟବହାର କରି ସ୍ଵାସ୍ଥ୍ୟ ସେବା ପାଇପାରିବେ। ଏହି ସମନ୍ଵିତ ଯୋଜନା ରେ ରାଜ୍ୟର ୧.୦୩ କୋଟି ପରିବାରର ୩.୦୬ କୋଟି ହିତାଧିକାରୀ ଉପକୃତ ହେବେ | ଏହି ଯୋଜନାକୁ ଲୋକଙ୍କ ନିକଟକୁ ଅଧିକରୁ ଅଧିକ ପଂହଁଚେଇବା ପାଇଁ ଜିଲ୍ଲାରେ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଇବ ଏହାସହିତ ଲିଫଲେଟ, ପୋଷ୍ଟର, ବ୍ୟାନର ଲଗାଯିବ ଏବଂ ପଂଚାୟତ ସ୍ତରରେ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯିବ l ଯେପରି ଲୋକମାନେ ଏହି ଯୋଜନାର ଲାଭ ଉଠାଇପାରିବେ l ଏହି ଯୋଜନା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି ଆଗକୁ ନେବା ସହ ଲୋକ ମାନଙ୍କୁ ଏକ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନିଶ୍ଚିତ କରାଇବ l ସହ ରାହାମା, ତାଳପଡା, ହଂସୁରା, ବାଲିକଣୀ, କାଠ କୋଟ, ଗୋରଡ଼, ସାଇଲୋ,ଅଂଚଳର ଶତାଧିକ ମହିଳା ମାନେ ଯୋଗଦେଇଥିଲେ।ମାନ୍ୟବର ମନ୍ତ୍ରୀ ପତାକା ଦେଖାଇ ଆୟୁଷ୍ମାନ ରଥର ଶୁଭାରମ୍ଭ କରିଥିଲେ।
1