ଏରସମା, 13/04/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଳକ ଅନ୍ତର୍ଗତ ବାଲିତୁଠ ଗ୍ରାମର ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଶ୍ରୀ ନିକୁଞ୍ଜ କିଶୋର ଦାଶଙ୍କ ଧର୍ମପତ୍ନୀ ସ୍ୱର୍ଗତା ନିର୍ମଳା ଦାଶ (୮୦)ଙ୍କର ଗତକାଲି ସନ୍ଧ୍ୟାରେ ନିଜ ବାସଭବନରେ ପରଲୋକ ଘଟିଛି ।ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ଗତ କିଛିଦିନ ଧରି ନିଜ ବାସ ଭବନରେ ଚିକିତ୍ସିତ ହୋଇ ଆସୁଥିଲେ ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ,ବୋହୁ ,ପୁତୁରା ,ନାତି ଓ ନାତୁଣୀ ମାନେ ଉପସ୍ଥିତ ଥିଲେ ।ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ଏକମାତ୍ର ପୁତ୍ର ସାମ୍ବାଦିକ ଶିଶିର ରଞ୍ଜନ ଦାଶ ମୁଖାଗ୍ନି ଦେଇଥିଲେ ।ତାଙ୍କ ବିୟୋଗରେ ବାଲିକୁଦା - ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ,ଏରସମା ବ୍ଳକ ଉପାଧ୍ୟକ୍ଷ ବିକାଶ କୁମାର ପରିଡା ,୪ନଂ ଯୋନର ଜିଲ୍ଲା ପରିଷଦ ସଭ୍ୟ ପିନାକି ନାରାୟଣ ଦାସ ,ବାଲିତୁଠ ସରପଞ୍ଚ ପ୍ରଫୁଲ କୁମାର ଦାସ,ପୂର୍ବତନ ସରପଞ୍ଚ ବିଭୁରଞ୍ଜନ ସାମନ୍ତରାୟ,ଚଟୁଆ ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି ,ବାଲିତୁଠ ପୂର୍ବତନ ସମିତି ସଭ୍ୟ ପ୍ରକାଶ ପରିଡା ,ବାମଦେଇପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ ,ସମାଜସେବୀ କରୁଣାକର ଦାସ ,ନବଜ୍ୟୋତି ତ୍ରିପାଠୀ ,ସମାଜସେବୀ ଡ଼.ତାମିଲ କୁମାର ପ୍ରଧାନଙ୍କ ସମେତ ବାଲିତୁଠ ସାମ୍ବାଦିକ ସଂଘର ସଦସ୍ୟମାନେ ଶୋକବ୍ୟକ୍ତ କରିଛନ୍ତି ।