ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏଥର ନିଆରା ଢଙ୍ଗରେ ଓ ନିଆରା ରଙ୍ଗରେ ହେବ ପାରାଦୀପ ଗଡ ପଞ୍ଚାୟତ ରଜ ମହୋତ୍ସବ-୨୦୨୫

ପାରାଦୀପ ଗଡ, 13/04/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ ଗଡ ପଞ୍ଚାୟତ ଦ୍ବାରା ଆୟୋଜିତ ଚତୁର୍ଥ ବାର୍ଷିକ ରଜ ମହୋତ୍ସବ-୨୦୨୫ ଏବର୍ଷ ନିଆରା ଢଙ୍ଗରେ ଓ ନିଆରା ରଙ୍ଗରେ ଅନୁଷ୍ଠିତ ହେବ l ରାଜ୍ୟ ଓ ରାଜ୍ୟ ବାହାରର କଳା ଅନୁଷ୍ଠାନ ମାନେ ଯୋଗ ଦେବା ସହିତ ଓଡ଼ିଶା ର ସୁନାମଧନ୍ୟ ଗୀତିକାର ମାନେ ଯୋଗଦେବାର କାର୍ଯକ୍ରମ ରହିବ l ପଲିଶ୍ରୀ ମେଳା, ମୀନା ବଜାର, ସମ୍ବଲପୁର ବସ୍ତ୍ର, ବ୍ରହ୍ମପୁର ଆଚାର, ପାମ୍ପଡ, ଶିଳ, ଚାକି, ଓ ସୁଆଦିଆ ଫାଷ୍ଟ ଫୁଡ୍ ଓ ସୁଷମ ଖାଦ୍ୟ ଚଳିତ ମହୋତ୍ସବ ରେ ଉପଲବ୍ଧ ହେବ ବୋଲି ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ପ୍ରକାଶ କରିଛନ୍ତି l ଉଦ୍ଘାଟନ ଓ ଉଦଯାପନ ଉତ୍ସବ ରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ରାଜ୍ୟ ସରକାର ଙ୍କ ଅନେକ ମନ୍ତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିବ ବୋଲି ସଭାପତି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି l ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ, ଚନ୍ଦ୍ର ଶେଖର ଚୌଧୁରୀ, ନିରଞ୍ଜନ ପରିଡ଼ା, ଜୟନ୍ତ ସେନାପତି, ମନୋଜ ରାଉତ, ରାଜେନ୍ଦ୍ର ବେହେରା, ଚନ୍ଦ୍ରକାନ୍ତ ସ୍ୱାଇଁ, ସଂଗ୍ରାମ ବେହେରା, ଦେବ ଦୁର୍ଲ୍ଲଭ କର, ଧନେଶ୍ଵର ସାହୁ, ରଂଜନ ବେହେରା, ରମେଶ ବେହେରା, ଅଲେଖ ମହାରଥା, ସତ୍ୟନାରାୟଣ ମହାପାତ୍ର, ସନ୍ତୋଷ ଦୋରା, ପ୍ରକାଶ ସ୍ୱାଇଁ, ଦିଲ୍ଲୀପ ଗ୍ରହାଚାର୍ଯ୍ୟ, ଜୀବନ ଧନ ବେହେରା, ଅନନ୍ତ ବିଶ୍ବାଳ, ଶୁକଦେବ ତରାଇ, ଏସ.କେ.ଜଲାଲ୍, ସଚିଦାନନ୍ଦ ମହାପାତ୍ର, କଲ୍ପନା ଦାସ ପ୍ରମୁଖ ଯୋଗଦେଇ ମହୋତ୍ସବ ଟିକୁ ସରସ ସୁନ୍ଦର କରିବା ପାଇଁ ମତାମତ ଦେଇଥିଲେ l
Article Image
1