ପାରାଦୀପ ଗଡ, 14/04/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ପଞ୍ଚାୟତ ମହିଳା ମହାସଂଘ ଦ୍ବାରା ଓଡ଼ିଆ ପକ୍ଷ ପାଳନ କରାଯାଇଛି l ଏମ୍. ବି. କେ. ଶ୍ରୀମତୀ କଳ୍ପନା ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯକ୍ରମ ରେ ମହା ବିଷୁବ ସଂକ୍ରାନ୍ତି ଉପରେ ଆଧାରିତ ମୁରୁଜ ରେ ଚିତ୍ରାଙ୍କନ ଓ ପରେ ପରେ ହୂଳୁ ହୁଳୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଚିତ୍ରାଙ୍କନ ପ୍ରତିଯୋଗିତାରେ ନିର୍ମଳା ମହାଳି ପ୍ରଥମ, ମିଲି ମଲ୍ଲିକ ଦ୍ଵିତୀୟ ଓ ଜାହ୍ନବୀ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ହୁଳୁ ହୂଳି ପ୍ରତିଯୋଗୀତା ରେ ସୁଜାତା ବେହେରା ପ୍ରଥମ, ପ୍ରମିଳା ମହାନ୍ତି ଦ୍ୱିତୀୟ ଓ ମାଳତି ଗୋଚ୍ଛାୟତ ତୃତୀୟ ସ୍ଥାନ ହାସଲ କରିଥିଲେ l ମହିଳା ମାନେ ମହାବିଷୁବ ସଂକ୍ରାନ୍ତି ଅବସରରେ ବିଭିନ୍ନ ଉପାଦାନରେ ତିଆରି କରାଯାଇଥିବା ପଣା ବଣ୍ଟନ କରିଥିଲେ l ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ପ୍ରତିଯୋଗୀତାରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହିଳା ମହାସଂଘ ସଭା ନେତ୍ରୀ ସୁଜାତା ସାହୁ, କଳ୍ପନା ଲେଙ୍କା, ଯଜ୍ଞାସେନି ସାମନ୍ତରାୟ. ପ୍ରମୁଖ ଯୋଗଦେଇ ଓଡ଼ିଆ ପକ୍ଷ ତିକୁ ସୁନ୍ଦର ରୂପେ ପାଳନ କରିଥିଲେ l