ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରାଇଭେଟ ହୋମିଓ ପ୍ୟାଥିକ ଆସୋସିଏସନ ପକ୍ଷରୁ ୧୦ମ ବାର୍ଷିକ ଉତ୍ସବ ପାଳିତ।

ଭୁବନେଶ୍ୱର, 14/04/2025, ଉତ୍କଳ voice news - utkalvoicenews.com
Article Image
ହୋମିଓ ପ୍ୟାଥିକ ଔଷଧର ଜନକ ଡ଼କ୍ଟର. ସି. ଏଫ. ଏସ ହ୍ୟାନିମ୍ୟାନଙ୍କ ୨୭୧ତମ ଜୟନ୍ତୀ ଏପ୍ରିଲ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପ ଠାରେ ପ୍ରାଇଭେଟ ହୋମିଓ ପ୍ୟାଥିକ ଆସୋସିଏସନ ଓଡିଶା ପକ୍ଷରୁ, ଉପଦେଷ୍ଟା ନିହାର ବିଶ୍ୱାଳଙ୍କ ଗୁତୁତ୍ୱ ପୂର୍ଣ୍ଣ ଦାୟୀତ୍ୱ ରେ ୧୦ମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲସାର ସହିତ ପାଳିତ ହୋଇଛି। ଏହି ଉତ୍ସବରେ ସମ୍ମାନନୀୟ ଅତିଥି ପୂର୍ବତନ ମନ୍ତ୍ରୀ ଡ଼କ୍ଟର ଅରବିନ୍ଦ ଢାଲି, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂ,ଡ଼କ୍ଟର ଅଭିନଚନ୍ଦ୍ର ହୋମିଓପ୍ୟାଥିକ କଲେଜର ପ୍ରିନ୍ସିପାଲ ପ୍ରଫେସର ଡ଼କ୍ଟର ସୁଧାଂଶୁ ଶେଖର ସିଂହ,ଅନୁଷ୍ଠାନର ସଭାପତି କକ୍ଟର ନେତ୍ରାନନ୍ଦ ଭୋଇ, ସାଧାରଣ ସମ୍ପାଦକ ପ୍ରଫୁଲ କୁମାର ବାରିକ,କୋଷାଧକ୍ଷ ମହେନ୍ଦ୍ର ସାହୁ ପ୍ରମୁଖ ଅତିଥି ଯୋଗଦେଇ ହୋମିଓ ପ୍ୟାଥୀ ଔଷଧ ଓ ଅନୁଷ୍ଠାନ ସମ୍ପର୍କରେ ଯଥାର୍ଥ ଭାଷଣ ଦେଇଥିଲେ। ହୋମିଓ ପ୍ୟାଥିକ ଔଷଧ ଏମିତି ଔଷଧ ଯାହା ଶରୀର ଉପରେ କାର୍ଯ୍ୟ କରିଥାଏ ଏବଂ ପାର୍ଶ୍ଵ ପ୍ରତିକ୍ରିୟା ହୋଇନଥାଏ। ଏହାର ସେବନ ଖୁବ ସରଳ ଏଣୁ ଏହା ବିଶ୍ଵରେ ଘରେ ଘରେ ପରିଚିତ। ପୂର୍ବରୁ ଅନେକ ବ୍ୟକ୍ତି ନିଜର ଦକ୍ଷତା ଯୋଗୁଁ ପୁସ୍ତକ ଅଧ୍ୟୟନ କରି ଗ୍ରମାଂଚଳରେ ହୋମିଓ ପ୍ୟାଥିକ ଔଷଧ ବିତରଣ କରି ଆସାଧ୍ୟ୍ୟ ରୋଗ ଭଲ ହେଇ ପାରିଛି।ସରକାର ଏହାକୁ ଅନୁମତି ଦେଇଥିଲେ କିନ୍ତୁ ପରବର୍ତୀ ସମୟରେ ଏହାକୁ ଚିକିତ୍ସା କରୁଥିବା ଗ୍ରାମାଂଚଳରେ ଡାକ୍ତରଙ୍କୁ ରୋକ ଲଗାଇଥିଲେ। ଏହାର ବିରୁଦ୍ଧରେ ରାଜ୍ୟରେ ୪୦ହଜାର ରୁ ଅଧିକ ଡାକ୍ତର ନିଜର ଜୀବିକା ହାରାଇବାର ଆଶଙ୍କରେ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ। ସରକାର ଏହାକୁ କାଏମ ରଖିଛନ୍ତି। ଡ଼କ୍ଟର ଅରବିନ୍ଦ ଢାଲି କହିଲେ ଯେ,ବିଶ୍ଵରେ ଏମିତି ଏକ ପ୍ରତିବାଦ ଦେଖା ଯାଇନି ପ୍ରାଇଭେଟ ହୋମିଓ ପ୍ୟାଥୀକ ଆସୋସିଏସନ କେବେ ମାଗିନି ନିଜର ଦରମା ଦିଅ, ଦରମା ବଢ଼ାଇ ଦିଅ,କେବଳ ମାଗିଛି ଆମକୁ ଚିକିତ୍ସା କରିବାକୁ ପୂର୍ବ ପରି ଅନୁମତି ଦିଆଯାଉ। ହଜାର ହଜାର ବ୍ୟକ୍ତିଙ୍କ ଜୀବନ ଜୀବିକା ବଞ୍ଚି ପାରୁଛି। ସରକାବର ଏଥିରେ ଅନୁମତି ଦେଲେ ତାଙ୍କର ଟଙ୍କାଟିଏ ଖର୍ଚ୍ଚ ହେବନି। ହୋମିଓ ପ୍ୟାଥୀକ ଔଷଧ କୁ କକ୍ଟର ସାମୁଏଲ ହାନିମ୍ୟାନ ଉଦ୍ଭାବାନ କରି ସବୁଦିନକୁ ମନେ ରହିବେ ଏହା ସୂଚନା ଦେଇଥିଲେ।
Article Image
1