ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ମା"ତାରିଣୀଙ୍କ ଉତ୍ସବ

ଏରସମା, 14/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ମା"ତାରିଣୀଙ୍କ ପୀଠରେ ଓଡ଼ିଆ ନବବର୍ଷ ପବିତ୍ର ପଣା ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଛି।ସୋମବାର ଦିନ ମା"ତାରିଣୀଙ୍କ ନିତି ନିୟମ ଅନୁସାରେ ସକା ଳ ୬ ଘଟିକାରେ ମା'ଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ପରେ ୧୦୮ ନଡ଼ିଆ ଭଙ୍ଗାଯାଇ ଭୋଗ ଲାଗିଥିଲା ।ସକାଳ ୮ ଘଟିକାରେ ପଣା ଭୋଗ ଲଗାଯାଇ ସମସ୍ତ ପଥଚାଳକ ଓ ଗାଡିଚାଳକ ମାନଙ୍କୁ ଦିଆଯାଇଥିଲା । ସକାଳ ୧୧ ଘଟିକା ସମୟରେ ମା"ତାରିଣୀ ଟ୍ରଷ୍ଟି ତରଫରୁ ବୃଦ୍ଧ, ବୃଦ୍ଧା ମାନଙ୍କୁ ନୂତନ ବସ୍ତ୍ର ଦିଆ ଯାଇଥିଲା। ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ପୀତବାସ ଗଚ୍ଛାୟତ,ଚଟୁଆ ପଞ୍ଚାୟତ ସରପଞ୍ଚ ପ୍ରକାଶ ସୁନ୍ଦରାୟ ଯୋଗଦେଇ ବୃଦ୍ଧ, ବୃଦ୍ଧା ମାନଙ୍କୁ ବସ୍ତ୍ର ଦେଇଥିଲେ। ଅପରାହ୍ନ ୨ ଘଟିକାରେ ଝାମୁଯାତ୍ରା ହୋଇଥିଲା। ଝାମୁଯାତ୍ରା ଦେଖିବାକୁ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା। ଅପରାହ୍ନ ୩ଟାରେ ମା" ତାରିଣୀଙ୍କ ଲଡୁ ଭୋଗ ନିଲାମ କରାଯାଇଥିଲା। ଚଟୁଆ ବିଶ୍ଵନାଥଙ୍କ ମହନ୍ତ ତପନ କୁମାର ଦାଶ ମା"ଙ୍କ ଲଡୁ ଭୋଗକୁ ପାଞ୍ଚ ହଜାର ଟଙ୍କାରେ କିଣିଥିଲେ। ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜୁଜନତାର ଯୁବ ସଭାପତି ପାର୍ଥ ସାରଥି ରାଉତ ଶ୍ରୀ ଦାଶଙ୍କୁ ଲଡୁ ଭୋଗ ଦେଇଥିଲେ। ଅପରାହ୍ନ ୩ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଦୁଇଦିନ ଧରି ବାଦି ପାଲା ଚନ୍ଦନ - ପ୍ରଭାତ କୁମାର ଶ୍ରୀଚନ୍ଦନ (ଖୋର୍ଦ୍ଧା)ଙ୍କ ସହିତ ଗାୟକ ଯୁବଯ୍ୟୋତି,ଗାୟକ କୁମୁଦ- କବି ପ୍ରସାଦ ତରାଇ ( କଟକ) ମଧ୍ୟରେ ମା "ତାରିଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା।ଚଟୁଆ ମା"ତାରିଣୀ କମିଟିର ସଭାପତି ଲୋକନାଥ ରାଉତ, ଉପ ସଭାପତି ଅକ୍ଷୟ ସ୍ୱ।ଇଁ ,ସଂପାଦକ ଧିରେନ୍ଦ୍ର ପରିଡ଼ା, ସହ ସଂପାଦକ ରମେଶ ମଲ୍ଲଙ୍କ ସମେତ ଚଟୁଆ ପଞ୍ଚାୟତ ଗ୍ରାମବାସୀମାନନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ
Article Image
Article Image
1