ଏରସମା, 14/04/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଢ଼ିଙ୍କିଆ ଚାରିଦେଶ ଠାରେ ପ୍ରସ୍ତାବିତ ଜେ ଏସ୍ ଦବ୍ଲ୍ୟୁ ପ୍ରକଳ୍ପରେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ନିଯୁକ୍ତି, ପ୍ରସ୍ତାବିତ ୩ ପଞ୍ଚାୟତର ଜନସାଧାରଣଙ୍କୁ କମ୍ପାନୀ ପକ୍ଷରୁ ମୌଳିକ ସୁବିଧା ପ୍ରଦାନ,ରାସନ କାର୍ଡ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଶ୍ରମିକ ମାନଙ୍କୁ ଭତ୍ତା ପ୍ରଦାନ ପ୍ରଭ୍ରୃତି ବିଭିନ୍ନ ପ୍ରଶଙ୍ଗ ଉପରେ ସ୍ଥାନୀୟ ପଞ୍ଚାୟତର ସର୍ବ ଦଳୀୟ କର୍ମୀମାନେ ଆଲୋଚନା କରିବା ସହିତ ଆର୍ ପି ଡି ଏ ସି ବୈଠକ ପାଇଁ ଦାବି କରିଛନ୍ତି। ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ଆବାହକତ୍ବରେ ରବିବାର ପୂର୍ବାହ୍ନରେ ଗଡକୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗ୍ରୃହରେ ଏହି ଆଲୋଚନା କରା ଯାଇଥିବା ବେଳେ, ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗୋଛାୟତ, ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ, ସୁଧୀର କୁମାର ମହାପାତ୍ର, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ବାଲିତୁଠ ପୂର୍ବତନ ସରପଞ୍ଚ ବିଭୁ ରଞ୍ଜନ ସାମନ୍ତରାୟ, ଢ଼ିଙ୍କିଆ ପୂର୍ବତନ ସରପଞ୍ଚ କିଶୋର କୁମାର ପରିଡ଼ା, ଗଡ଼କୁଜଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ, ରାଜେନ୍ଦ୍ର ବେହେରା, ଡ. ତାମିଲ ପ୍ରଧାନ, ସମାଜସେବୀ ଅସିତ୍ ସ୍ଵାଇଁ, ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ମନ୍ତ୍ରୀ,କେଶବ ରାଉତ, ବାମଦେଇପୁର ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ, ବାମଦେଇପୁର ସମିତି ସଭ୍ୟ ବିକ୍ରମ ମହାପାତ୍ର, ଭୋଳାନାଥ ସ୍ଵାଇଁ, ଶିଶିର ସ୍ଵାଇଁ, ବିଷ୍ଣୁ ପ୍ରଧାନ, ବିଜୟ ଚାନ୍ଦ ନାୟକ ଓ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ନେତ୍ରୃମଣ୍ଡଳୀ ମାନେ ଯୋଗ ଦେଇଥିଲେ।