ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ମହୋତ୍ସବରେ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସକୁ ସମ୍ବର୍ଦ୍ଧନା

କୁଜଙ୍ଗ , 14/04/2025, ଉତ୍କଳ voice news - utkalvoicenews.com
Article Image
ନାରାୟଣ ବୀରବର ସାମନ୍ତ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କୁଜଙ୍ଗ ମହୋତ୍ସବରେ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସକୁ ସମ୍ବର୍ଦ୍ଧିତ କରାଯାଇଛି | ମାନବ ସେବା ହିଁ ମାଧବ ସେବା ମହାମନ୍ତ୍ର ରେ ଅଭିମନ୍ତ୍ରୀତ ହୋଇ କୁଜଙ୍ଗ ମାଟିର ସୁଯୋଗ୍ୟ ସନ୍ତାନ ଇଞ୍ଜିନିୟର ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ପରିବେଶ ଓ ଜଙ୍ଗଲ ,ଦାରିଦ୍ର୍ୟ ଦୂରୀକରଣ, ମହିଳା ବିକାଶ ଏବଂ ସଶକ୍ତିକରଣ ଆଦି କ୍ଷେତ୍ରରେ ୨୦୧୮ ମସିହାରୁ କାମକରି ଆସୁଅଛି | ବିଭିନ୍ନ ଜିଲ୍ଲାରୁ ୧୫୦ ରୁ ଅଧିକ ସକ୍ରୀୟ ସଦସ୍ୟ ଏହି ଅନୁଷ୍ଠାନରେ କାର୍ଯ୍ୟରତ | ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୫୦ ରୁ ଅଧିକ ଅସହାୟ, ଗରିବ ଏବଂ ପୀଡିତ ରୋଗୀ ମାନଙ୍କୁ ୫୦ ଲକ୍ଷ ରୁ ଅଧିକ ଆର୍ଥିକ ସହାୟତା ଦେଇ ସେମାନଙ୍କର ମୁହଁରେ ହସ ଫୁଟାଇବାରେ ସକ୍ଷମ ହୋଇ ପାରିଛି | ଶିକ୍ଷା କ୍ଷେତ୍ରରେ ଗରିବ ଅନାଥ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ପାଇଁ ସମସ୍ତ ଆର୍ଥିକ ସହାୟତା ଏବଂ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରବୃତ୍ତି ପରୀକ୍ଷା କରାଇ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଆସୁଛନ୍ତି | ବାସହୀନ ମାନଙ୍କୁ ଘର ଯୋଗାଇ ଦେଇଆସୁଛି | ମହାମାରୀ କରୋନା ତାଲାବନ୍ଦ ସମୟରେ ହଜାର ହଜାର ବଞ୍ଚିତ, ଆଶ୍ରୟହୀନ, ଗରିବ ଏବଂ ପରିତ୍ୟକ୍ତ ଲୋକଙ୍କୁ ଖାଦ୍ୟ, ନୂତନ ବସ୍ତ୍ର, ମାସ୍କ ଏବଂ ସାନିଟାଇଜର ଯୋଗାଇ ଦେଇ ବେଶ ସୁନାମ ଅର୍ଜନ କରିଛନ୍ତି | ବନ୍ୟା ମମୟରେ ଦଶ ହଜାରରୁ ଅଧିକ ବନ୍ୟାପିଡୀତଙ୍କୁ ରିଲିଫ କିଟ ଯୋଗାଇ ଦେଇ ଏହି ଅନୁଷ୍ଠାନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି | ପରିବେଶ କ୍ଷେତ୍ରରେ ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ କରି ପରିବେଶ ପ୍ରତି କର୍ତଵ୍ୟ ପାଳନ କରିଆସୁଛି | ପ୍ରତି ମାସରେ ଵୃଦ୍ଧାଶ୍ରମ କିମ୍ବା ଅନାଥ ଆଶ୍ରମର ଅନ୍ତେବାସୀମାନଙ୍କୁ ଖାଦ୍ୟ ସହ ଆନୁସଙ୍ଗିକ ସାମଗ୍ରୀ ଯୋଗାଇବା, ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଦହି ସରବତ ବଣ୍ଟନ କରିବା ,ଶୀତ ଦିନେ ଗରିବ ଅସହାୟ ମାନଙ୍କୁ ଶୀତ ବସ୍ତ୍ର ଯୋଗାଇବା ଆଦି ଅନେକ କାମ କରି ଏହି ସଂଗଠନ କୁଜଙ୍ଗ ମାଟି ପାଇଁ ଗୌରବ ଆଣି ଦେଇଛନ୍ତି | ସମାଜସେବା କ୍ଷେତ୍ରରେ ଏହି ଅତୁଳନୀୟ ଅବଦାନ ଲାଗି କମିଟି ପକ୍ଷରୁ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସକୁ କୁଜଙ୍ଗ ମହୋତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ, ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ପକ୍ଷରୁ ଅନୁଷ୍ଠାନର ସଭାପତି ନାରାୟଣ ବୀରବର ସାମନ୍ତ ଟ୍ରଷ୍ଟ ଏବଂ ମନ୍ତ୍ରୀ ମହୋଦୟଙ୍କୁ ହୃଦୟର ଗଭୀରତମ ପ୍ରଦେଶ ରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି |
1