ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ଏରସମା, 23/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ସ୍ଥିତ ବୃନ୍ଦାବନ ବିହାରୀ କନିଷ୍ଠ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ପାଠ ପଢି ବଡ଼ ମଣିଷ ହବାକୁ ପରାମର୍ଶ ଦେଇ ଥିଲେ। ଜଗତସିଂହପୁର ନେହେରୁ ଯୁବ କେନ୍ଦ୍ରର କର୍ମକର୍ତା ନିଖିଲ କୋକୁଲ୍ଲା, ଗୋଡା ପଞ୍ଚାୟତ ସରପଞ୍ଚ ବିଶ୍ୱ କଲ୍ୟାଣୀ ନାୟକ, ସମିତି ସଭ୍ୟ ଚନ୍ଦ୍ରମଣି ପ୍ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ପ୍ରତାପ ସାହୁ, ରବୀନ୍ଦ୍ରନାଥ ନାୟକ, ବିଷ୍ଣୁ ଚରଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ମଧୁସ୍ମିତା ସାମଲ, ସାରଦା ପ୍ରସନ୍ନ ବାରିକ, ସୌମ୍ୟା ପ୍ରିୟଦର୍ଶିନୀ ସ୍ୱାଇଁ, ରଶ୍ମି ରଞ୍ଜନ ମହାନ୍ତି, ପୁଷ୍ପା ଦାସ, ଅମିତ ରଞ୍ଜନ ମନ୍ତ୍ରୀ, ରାନୀ ଦାସଙ୍କୁ ପ୍ରମୁଖ ଗତ ବର୍ଷ + ୨ ପରୀକ୍ଷାର କୃତି ଛାତ୍ରୀ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀତା କାଣ୍ଡି, ଭାଷା ସାହିତ୍ୟରେ କାଜଲ ନାୟକ, କ୍ରୀଡାରେ ଆକାଶ ସେନାପତିଙ୍କୁ ତାଙ୍କ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା।
1