ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପବିତ୍ର ହନୁମାନ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ନୂତନ ମୂର୍ତ୍ତିର ପ୍ରତିଷ୍ଠା।

କୁଜଙ୍ଗ , 14/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଳିଆପାଟ ନୂଆ ବାଲିସାହି ଗ୍ରାମରେ ପବିତ୍ର ହନୁମାନ ଜୟନ୍ତି ଉପଲକ୍ଷେ ଏକ ନୂତନ ମୂର୍ତ୍ତିର ପ୍ରତିଷ୍ଠା ସଂପୂର୍ଣ୍ଣ ରୂପେ ସମାପନ ହୋଇଅଛି। ଏହି ପୂଜା ଦୀର୍ଘ ୨୦ ବର୍ଷ ଧରି କେବଳ ହନୁମାନ ପୂଜା ନାମରେ ନାମିତ ହୋଇ ଆସୁଥଲା। ହେଲେ ଗ୍ରାମର କିଛି ମୂରବୀ ତଥା କର୍ମକର୍ତ୍ତା ମାନଙ୍କ ସହଯୋଗ କ୍ରମେ ୩ ବର୍ଷ ଧରି ଯଞ୍ଜ ହୋଇଆସୁଛି। ଏହି ସୁକାର୍ଯ୍ୟରେ ବଳରାମ ମାଝି କର୍ମକର୍ତ୍ତା ଭାବରେ ବସିଥିଲେ। ଏବଂ କିଛି ମୂରବୀ ଯଥା - ଅଲେଖ ସାମଲ୍, ସତୃଘ୍ନ ବେହେରା, ଭରତ ବେହେରା, ନନ୍ଦିନୀ ତରାଇ, ଏବଂ କର୍ମ କର୍ତ୍ତା ପ୍ରବଞ୍ଜନ ସାମଲ , ଭୂବନ ତରାଇ, ମାଇନା ବେହେରା , ମିଥୁନ ସାମଲ, ସନ୍ତୋଷ ପାଣି , ସୂର୍ଯ୍ୟକାନ୍ତ ସାମଲ , ସମିର ପରିଡ଼ା , ଗୋବିନ୍ଦ ତରାଇ, ମହେଶ ଦଳେଇ, ବାପିନା ମାଝି, ତପନ ତରାଇ , ସରୋଜ ସାମିଲ୍ , ବିନୋଦ ସାମଲ , ତନୁଜା ରାଉତ୍, ରଞ୍ଜିତ ସାହୁ ନିତ୍ୟାନନ୍ଦ ବେହେରା, ଆଦି ସହଯୋଗ କରି ଯଞ୍ଜଟିକୁ ସୁରୁଖୁରୁରେ ସମାପନ କରିଥିଲେ। ଏହି ସୁ କାର୍ଯ୍ୟ ଖାସ୍ କରି ପଣା ସଂକ୍ରାନ୍ତି ଉପଲକ୍ଷେ ପାଳନ କରାଯାଇଥାଏ। ସଭା ଶେଷରେ ଯଞ୍ଜପରେ ପୁନରାହୁତି ଦିଆଯାଇଥିଲା। ଏବଂ ଗ୍ରାମର ସମସ୍ତ ଗ୍ରାମବାସୀମାନେ ପ୍ରସାଦ ସେବନ କରିଥିଲେ।
Article Image
Article Image
1