ଏରସମା, 14/04/2025, ଉତ୍କଳ voice news - utkalvoicenews.com
ପବିତ୍ର ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ହେଲପିଂ ହ୍ୟାଣ୍ଡ ୟୁଥ୍ କ୍ଳବ୍ ,ନୂଆଗାଁ ତରଫରୁ ଏକ ଜଳଛତ୍ର ସେବାକେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜଳଛତ୍ର ମାଧ୍ୟମ ରେ ପ୍ରଭୁ ମହାବୀର ମନ୍ଦିର ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ପଣା ସଂକ୍ରାନ୍ତି ଉପଲକ୍ଷେ ଆସୁଥିବା ଭକ୍ତ ମାନଙ୍କୁ ଦହି ସରବତ ଓ ଥଣ୍ଡା ପାଣି ସେବା ଯୋଗାଇ ଦିଆଯାଇଛି । ଆଜିର ଏହି ମହତ୍ କାର୍ଯ ରେ ହେଲ୍ପିଙ୍ଗ ହ୍ୟାଣ୍ଡ ୟୁଥ୍ କ୍ଳବ୍ ର ସଭାପତି ଫିରୋଜ୍ କୁମାର ମହାପାତ୍ର,ଉପସଭାପତି ରଞ୍ଜନ ସ୍ୱାଇଁ, ସେକ୍ରେଟାରୀ ବିଜୟ କେତନ ସାହୁ, ସହ ସମ୍ପାଦକ ସୌମ୍ୟ ରଞ୍ଜନ ଚୌଧୁୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ କୁ ପରିଚାଳନା କରିଥିଲେ,ତତ୍ ସହିତ କ୍ଲବ୍ ର ସଦସ୍ୟ ଜଗନ୍ନାଥ ସାହୁ,ଆଲୋକ ସାହୁ,ମାଧବ ଭୂୟାଁ , ରାଜେଶ ସ୍ୱାଇଁ,ଜ୍ୟୋତିରଂଜନ ସାହୁ, କାହ୍ନା,ତପୁ,ବିଜୁ, ପିଣ୍ଟୁ,ଲିଙ୍କନ, ପ୍ରମୁଖ ସହଯୋଗ କରିଥିଲେ।
ସୂଚନା ଯୋଗ୍ୟ ଯେ ହେଲପିଙ୍ଗ ହ୍ୟାଣ୍ଡ ୟୁଥ୍ କ୍ଲବ୍ ବିଗତ ୫ବର୍ଷ ଧରି ଜଗତସିଂହପୁର ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭାବରେ ବିଭିନ୍ନ ସ୍ଵେଚ୍ଛାସେବୀ କାର୍ଯ କରିବା ସହ ବିଶେଷ କରି ଗାଁ ଗହଳି ରେ କ୍ରୀଡା ର ଉନ୍ନତି ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।