ପାରାଦୀପ ଗଡ, 15/04/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମ ରେ ଥିବା ସିଦ୍ଧ ମହାବୀର ଙ୍କ ପୀଠ ରେ ୧୬ତମ ମହାବୀର ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଛି l ଉକ୍ତ ଉତ୍ସବ ତିନିଦିନ ବ୍ୟାପୀ ଚାଲୁ ରହିଛି l ପ୍ରତିଦିନ ସଂଧ୍ୟାରେ ଭଜନ ସମାରୋହ ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ସାକାହାରି ଭୋଜନ ର ଆୟୋଜନ କରାଯାଉଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ହନୁମାନଙ୍କ ଜୀବନୀ ଓ ତାଙ୍କର ମହିମା ସଂମ୍ପର୍କରେ ଅଭିଭାଷଣ ରଖିଥିଲେ l ସମ୍ମାନୀତ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଅନୁଷ୍ଠାନର ଏପରି ଭାବ୍ୟ ଆୟୋଜନ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କେଳୁ ଚରଣ ଦଳାଇ, ପ୍ରଦୀପ ସାହୁ, ମଧୁସୂଦନ ବେହେରା, ସଞ୍ଜୟ ସାମନ୍ତରାୟ, ରମେଶ ଖଟୁଆ, ଧର୍ମାନନ୍ଦ ସାହୁ ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ l