ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆମ୍ବେଦକର ସ୍କୃତି ପରିଷଦ ପକ୍ଷରୁ ଡକ୍ଟର ବି. ଆର. ଆମ୍ବେଦକରଙ୍କ ୧୩୪ତମ ଜନ୍ମବାର୍ଷିକ ପାଳିତ।

ଏରସମା, 15/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ର ଆମ୍ବେଦକର ସ୍କୃତି ପରିଷଦ,ମାହାଳ ପକ୍ଷରୁ ଡକ୍ଟର ବି. ଆର. ଆମ୍ବେଦକରଙ୍କ ୧୩୪ତମ ଜନ୍ମବାର୍ଷିକ ପାଳିତ ହେଇଯାଇଛି।ଏହି ଅବସରରେ। ଆମ୍ବେଦକର ସ୍କୃତି ପରିଷଦର ସଂଗଠନ କାର୍ଯ୍ୟକର୍ତ୍ତା ମାନେ ଢ଼ିଙ୍କିଆ ରୁ ପାରାଦୀପ ଅଭିମୁଖେ ଏକ ବାଇକ ଶୋଭାଯାତ୍ରାରେ ଯାଇ ପାରାଦୀପ ଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ପୁଷ୍ଫମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏବଂ ତତ୍ ସହିତ ଆମ୍ବେଦକର ସ୍ମୃତି ପରିଷଦ,ମାହାଳ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଆମ୍ବେଦକର ସ୍ମୃତି ପରିଷଦର ସମ୍ପାଦକ ବବୁଲ୍ ମଲ୍ଲିକ ସଭାପତି ତ୍ୱରେ ମୁଖ୍ୟ ଅତିଥି ଭାବେ ଢ଼ିଙ୍କିଆ ସରପଞ୍ଚ ପିଙ୍କି ଦାସ,ସମ୍ମାନିତ ଅତିଥି ରୂପେ ସାମାଜିକ କର୍ମୀ ଜ୍ଞାନରଞ୍ଜନ ଦାସ,ନାରୀଶକ୍ତି ଟ୍ରଷ୍ଟର ସମ୍ପାଦକ ଅନୁପମା ସେଠୀ,ବୁଦ୍ଧିଜୀବୀ ଶରତଚନ୍ଦ୍ର ପାଲ୍,ହେତୁବାଦୀ,ସାଗର ନାୟକ,ନାଏବ ସରପଞ୍ଚ ତୀର୍ଥଙ୍କର ଦାସ,ସଭାପତି ବିପୁନ ଦାସ ଯୋଗ ଦେଇ ଆମ୍ବେଦକର ଜୀବନି ଉପରେ ଆଲୋକପାତ କରିଥିଲେ।ଡକ୍ଟର ଆମ୍ବେଦକର ଦେଶ ଜାତି ପ୍ରତି ଭଲପାଇବା ଓ ଦେଶର ଆଇନ ପ୍ରଣୟନ କରି ସମ୍ବିଧାନର ମୌଳିକ ଅଧିକାର ବିଚାରଧାର ଅତି ଉଚ୍ଚକେଟିର ଥିଲା ତାଙ୍କର ଆଜିର ଯୁବପିଢ଼ି ମାନେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେଇ ସମାଜ ର ହିତ କରିବାକୁ ଅତିଥି ମାନେ ପରାମର୍ଶ ଦେବା ସହିତ ଆମ୍ବେଦକର ସ୍ମୃତି ପରିଷଦ,ମାହାଳ ର କାର୍ଯ୍ୟକର୍ତ୍ତା ମାନଙ୍କର ଏଭଳି ଚିନ୍ତାଧାରା ଓ ସାମାଜିକ କାର୍ଯ୍ୟ ପାଇଁ ପ୍ରଂଶସା କରିଥିଲେ।ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବରିଷ୍ଠ ନାଗରିକ ତଥା ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଉତ୍ସବରେ ଉପସ୍ଥାପିତ ଥିଲେ କାର୍ୟକାରୀ ସଭାପତି ରଞନ ଦାସ, ଟମିଲ ଜେନା, ଅମିଲ ମଲ୍ଲିକ, ଧନେଶ୍ଵର ଦଳାଇ, ନରେନ୍ଦ୍ର ସ୍ୱାଇଁ, ସୌମ୍ୟରଞ୍ଜନ ବେହେରା, ବିକ୍ରମ ପ୍ରଧାନ, ଏବଂ ଅନ୍ୟାନ୍ୟ ସଦସ୍ଯମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ ପରିଶେଷରେ ଉପସଭାପତି ଫିରୋଜ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।
Article Image
Article Image
1