ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

"ମୁଲନିବାସୀ ଇଉନାଇଟେଡ୍ ଫ୍ରଣ୍ଡ ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳନ

ପାରାଦୀପ, 15/04/2025, ଉତ୍କଳ voice news - utkalvoicenews.com
Article Image
ମୁଲନିବାସୀ ଇଉନାଇଟେଡ୍ ଫ୍ରଣ୍ଟ ତରଫରୁ ବାବାସାହେବ ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାରାଦୀପ ଓ କେନ୍ଦ୍ରାପଡ଼ାରେ ଉତ୍ସାହ ଓ ଗଭୀର ସମ୍ମାନ ସହ ପାଳନ କରାଗଲା। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା, ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ସୁପ୍ରଭା ମଲ୍ଲିକ ଓ ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପିନ୍ଟୁ ଜେନାଙ୍କ ନେତୃତ୍ୱରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମାରୋହରେ ଡ଼. ଅମ୍ବେଡକରଙ୍କ ଜନ୍ମ ତଥା ଶିକ୍ଷା ଦିଗ ଉପରେ ଆଲୋକପାତ କରାଯାଇଥିଲା। ସେ ୧୪ ଏପ୍ରିଲ ୧୮୯୧ ରେ ମଧ୍ୟପ୍ରଦେଶର ମହୁ ନାମକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ମୋଟ 32 ଡିଗ୍ରୀ ଅର୍ଜନ କରିଥିଲେ ଓ ଭାରତୀୟ ସଂବିଧାନର ମୁଖ୍ୟ ସଂରଚନାକାର ଥିଲେ।
Article Image
ମୁଲନିବାସୀ ଇଉନାଇଟେଡ୍ ଫ୍ରଣ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ତାଙ୍କର ସୂତ୍ରବାକ୍ୟ ‘ଶିକ୍ଷା ନିଆ, ସଂଘଠିତ ହୁଅ, ଆନ୍ଦୋଳନ କର’ କୁ ସମାଜର ମାନସିକତାରେ ପ୍ରବେଶ କରାଇବା ଓ ତାଙ୍କ ଦେଖାଇଥିବା ମାର୍ଗକୁ ଅନୁସରଣ କରି ନବ ଭାରତ ଗଠନ କରିବା। ଏହି କାର୍ଯ୍ୟକ୍ରମରେ ସାମାଜିକ ସମାନତା, ଶିକ୍ଷାର ଅଧିକାର ଓ ଦଳିତ ଉଦ୍ଧାର ଉପରେ ଗଭୀର ଆଲୋଚନା କରାଯାଇଥିଲା।
9