ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

ଏରସମା, 23/12/2024, ଉତ୍କଳ voice news - utkalvoicenews.comପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।
Article Image
କାନ୍ଦ ବୋବାଳିରେ ମାଆ ଆଖିରୁ ବୋହୁଛି ଆଁଶୁ। ନାଁ ପାଖରେ ଅଛି ସ୍ବାସ୍ଥ୍ୟ ବୀମା କାର୍ଡ ନାଁ ପାଖରେ ଅଛି ରେସନ୍ କାର୍ଡ।ବ୍ରେନ୍ ଷ୍ଟ୍ରୋକରେ ପଡି ଛଟ୍ ପଟ୍ ହେଉଛନ୍ତି ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର।ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଚଟୁଆ ପଞ୍ଚାୟତ ଚଟୁଆ ଗ୍ରାମର ଜଣେ ନୈଷ୍ଠିକ ବ୍ରାହ୍ମଣ ପରିବାରରେ।ତେବେ ଗତ ୪ଦିନ ତଳେ ଚଟୁଆ ଗ୍ରାମର ଶ୍ରୀନିବାସ ମିଶ୍ରଙ୍କ ୧୫ବର୍ଷିୟ ପୁଅ ଶ୍ରୀୟମ ମିଶ୍ର ହଠାତ୍ ବ୍ରେନ୍ ଷ୍ଟ୍ରୋକରେ ପିଡିତ ହୋଇ ଭୂବନେଶ୍ବର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।ମାତ୍ର ସେ ଗୁରୁତ୍ୱର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି।ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ବ୍ରେନରେ ୨ଟି ଅପରେସନ କରାଯିବାର ଆବଶ୍ୟକତା ରହିଛି।କିନ୍ତୁ ତାଙ୍କ ପରିବାର ଲୋକଙ୍କ ପାଖରେ ଅର୍ଥର ଅଭାବ ଯୋଗୁ ବିଳମ୍ବ ହେଉଥିବା ଜାଣିବାକୁ ମିଳିଛି।ପରିବାର ଲୋକେ ଅର୍ଥ ଯୋଗାଇ ଦେବା ନିମନ୍ତେ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଛନ୍ତି।ଯଦି ସରକାରଙ୍କ ପକ୍ଷରୁ ଶ୍ରୀୟମ ମିଶ୍ରଙ୍କୁ କିଛି ସହାୟତା ଯୋଗାଇ ଦିଆଯିବ ତାହାଲେ ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି।
8