ଏରସମା, 15/04/2025, ଉତ୍କଳ voice news - utkalvoicenews.com
ରାଜ୍ୟ କଂଗ୍ରେସ ଡାକରାରେ ଓଡ଼ିଶାରୁ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଆଜି ଏରସମା ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇଛି l ବ୍ଲକ କଂଗ୍ରେସ ସଭାପତି ବଲ୍ଳଭାନନ୍ଦ ସ୍ବାଇଁଙ୍କ ନେତୃତରେ ଏରସମା ଜଗନ୍ନାଥ ମନ୍ଦିର ନିକଟରୁ ଏହି ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବାଲିକୁଦା ଏରସମା କଂଗ୍ରେସ ନେତା ନଳିନୀ ସ୍ବାଇଁ ଯୋଗଦେଇ ମୋହନ ସରକାରଙ୍କ ଉପରେ ବର୍ଷୀଥିଲେ l ତିନି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ,ଏରସମା ବ୍ଲକ ଯୁବ କଂଗ୍ରେସ ନେତା ଧ୍ଵଜରାଜ ଖଣ୍ଡୁଆଳ,ପଇଦା ସରପଞ୍ଚ ଦିପ୍ତିରାଣୀ ପ୍ରଧାନ, ଅନ୍ଧାରୀ ପଞ୍ଚାୟତ ପୃର୍ବତନ ସରପଞ୍ଚ କାଳନ୍ଦୀ ମାଝୀ,ଗଡ଼ବିଶୁନପୁର ଯୁବ କଂଗ୍ରେସ ନେତା ଅଭୟ ହାତୀ, ନଳିନୀ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବ୍ଲକ ସେବାଦଳ ସଭାପତି ରବୀନ୍ଦ୍ର ମୁଦୁଲି,ବାବାଜି ଚରଣ ସେଠୀ,କାଳନ୍ଦୀ ବେହେରା,ସୁଦର୍ଶନ କାଣ୍ଡିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ଶେଷରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।