ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଏରସମା, 15/04/2025, ଉତ୍କଳ voice news - utkalvoicenews.com
Article Image
ରଜ ପର୍ବ ଓଡ଼ିଆ ଜାତିର ଏକ କୃଷିଭିତିକ ଓ ଭାଇଚାର ସମ୍ପର୍କର ପର୍ବ। ଗତକାଲି ସନ୍ଧ୍ୟାରେ ଏରସମା ମା' ବୁଢୀ ଜାଗୁଳାଇ ମନ୍ଦିର ପରିସରରେ ନିରାକାର ସ୍ୱାଇଁ (ବାଙ୍ଗୁର )ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏରସମାର ରଜ ମହୋତ୍ସବ ଜୁନ ମାସ ୧ତାରିଖ ଠାରୁ ୮ତାରିଖ ପର୍ଯ୍ୟନ୍ତ ଚାଲିବ। ଅଂଚଳର ପ୍ରତିଭା ବ୍ୟକ୍ତିଙ୍କୁ ସଂଗଠନ ସହିତ ସାମିଲ କରାଯାଇ ଓ ସମ୍ବର୍ଦ୍ଧିତ କରାଯିବ।ଏହି ଆଠଦିନ କାର୍ଯ୍ୟକ୍ରମରେ ମିନା ବଜାର, ରାମ ଦୋଳି,ବିଭିନ୍ନ ଫାଷ୍ଟ ଫୁଡ ଖାଦ୍ୟ,ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ ସଭା ଓ ରଙ୍ଗାରଙ୍ଗ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହେବ। ସ୍ମରଣିକା "ବସୁମତୀ "ପ୍ରକାଶ ପାଇବ ଏଣୁ ସାହିତ୍ୟ ପ୍ରେମୀ ବନ୍ଧୁମାନେ ନିଜର କବିତା, ଗଳ୍ପ, ପ୍ରବନ୍ଧ ନିରାକାର ସ୍ୱାଇଁ କିମ୍ବା ବୈଦ୍ୟନାଥ ସାହୁ ସା/ପୋ ଏରସମା, ଜିଲ୍ଲା ଜଗତସିଂହପୁର ଠିକଣାରେ ପଠାଇ ପାରିବେ।ଏଥିରେ ବହୁ ସଂଖ୍ୟାରେ ଅଞ୍ଚଳ ବାସୀ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଅନୁଷ୍ଠାନ ପ୍ରତି ସହଯୋଗର ହାତ ବଢ଼ାଇବାକୁ ନିରାକାର ସ୍ୱାଇଁ (ବାଙ୍ଗୁର ) ଓ ରଜ କମିଟି ପକ୍ଷରୁ ନିବେଦନ କରାଯାଇଛି।ଉକ୍ତ ପ୍ରସ୍ତୁତି ବୈଠକରେ ଉମାକାନ୍ତ ତରାଇ, ରବୀନ୍ଦ୍ର ମୁଦୁଲି, ଇସାନ ଖଟୁଆ,ନୃସିଂହ ସେଠୀ,ପ୍ରଦୀପ୍ତ ସର୍ମା, ପ୍ରଶାନ୍ତ ଦାସ, ବୈଦ୍ୟନାଥ ସାହୁ, ତନ୍ମୟ କୁମାର ସେଠୀ,ସତ୍ୟବ୍ରତ ଦାସ, ସୁଶୀଲ କୁମାର ଦାସ, ଅଶୋକ କୁମାର ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ରଞ୍ଜନ ଖଟୁଆ ପ୍ରମୁଖ ୫୦ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ।
Article Image
....
1