ଏରସମା, 16/04/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ଅନ୍ତର୍ଗତ ଏରସମା ଗ୍ରାମ୍ୟ ଜଳଯୋଗାଣ ଅଫିସରେ ଜଳଯୋଗାଣ ଏସ୍ଡିଓ ଶ୍ରମତୀ ମାନସୀ ବେହେରାଙ୍କ ଆବାହକତ୍ବରେ କନିଷ୍ଠ ଯନ୍ତ୍ରୀ ଇଂ ପ୍ରମୋଦ କୁମାର ପରିଡ଼ାଙ୍କ ନେତୃତ୍ବରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏରସମା ବ୍ଲକର ୨୫ ଗୋଟି ପଞ୍ଚାୟତର ଜନସାଧାରଣ ମାନେ ଗ୍ରୀଷ୍ମ ପ୍ରବାହରୁ କିପରି ମୁକ୍ତି ପାଇବେ ଯେଉଁଠି ଅଚଳ ନଳକୂପ ଅଛି ତାକୁ ମରାମତି କରିବା ସହିତ ସମସ୍ତ ପମ୍ପହାଉସରେ ଦୁଇ ଟାଇମ୍ ପାଣି ଚଲାଇବାକୁ ଏରସମା ବ୍ଲକ ୨୫ ଗୋଟି ପମ୍ପହାଉସରେ ସମସ୍ତ ପମ୍ପ ଡ୍ରାଇବର ମାନଙ୍କୁ ଜଳଯୋଗାଣ ଏସ୍ଡିଓ ଶ୍ରମତୀ ବେହେରା ଓ କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ପରିଡ଼ା ପରାମର୍ଶ ଦେଇଥିଲେ। ଏହି ବୈଠକରେ ଦିଲୀପ କୁମାର ସେଠୀ,ସତ୍ୟ ରଞ୍ଜନ ତରାଇ, ଅଶୋକ କୁମାର ସ୍ୱାଇଁ, ପ୍ରମୋଦ କୁମାର ସାହାଣୀ, ରମାକାନ୍ତ ପ୍ରଧାନ ଜପହରୀ ମହାପାତ୍ର,ଦୀପକ କୁମାର ସ୍ୱାଇଁ, ତୁଷାର ମହାପାତ୍ର,ପ୍ରଶନ ମଳିକ, ଦିଲିପ କୁମାର ଦାସ, ଗୈ।ରହରୀ ନାୟକ, କ୍ଷିରୋଦ କୁମାର ପାତ୍ର,ରଞ୍ଜନ ସ୍ୱ।ଇଁଙ୍କ ସମେତ ଏରସମା ବ୍ଲକର ସମସ୍ତ ସ୍ବାବଲମ୍ବୀ କାରିଗର ମାନେ ଉପସ୍ଥିତ ଥିଲେ।