ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଯୁକ୍ତି ଦାବୀରେ ୭ ପଞ୍ଚାୟତବାସୀଙ୍କ ବୈଠକ

ଏରସମା, 16/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଢିଙ୍କିଆ ପ୍ରସ୍ତାବିତ କମ୍ପାନୀକୁ ନେଇ ୭ଟି ପଞ୍ଚାୟତବାସୀଙ୍କ ପକ୍ଷରୁ ଗଡ଼କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗୋଚ୍ଛାୟତ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ନିର୍ମାଣଧୀନ ହେବାକୁ ଥିବା ଜିନ୍ଦଲ ପ୍ରକଳ୍ପ ଅଞ୍ଚଳ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକମାନଙ୍କ ମତାମତ ଲୋଡିଥିଲେ। ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ଢ଼ିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ପଞ୍ଚାୟତ ଓ ପ୍ରଭାବିତ ବାଲିତୁଠ, ବାମଦେଇପୁର, ଚଟୁଆ, ବଳେଇପୁର ପଞ୍ଚାୟତର ଜନପ୍ରତିନିଧି ମୁରବୀ ଓ ଯୁବ ଗୋଷ୍ଠୀ ଉକ୍ତ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇଁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ, ସୁଧୀର କୁମାର ମହାପାତ୍ର, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ବାଲିତୁଠ ପୂର୍ବତନ ସରପଞ୍ଚ ବିଭୁ ରଞ୍ଜନ ସାମନ୍ତରାୟ, ଢ଼ିଙ୍କିଆ ପୂର୍ବତନ ସରପଞ୍ଚ କିଶୋର କୁମାର ପରିଡ଼ା, ଗଡ଼କୁଜଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ, ରାଜେନ୍ଦ୍ର ବେହେରା, ଡ. ତାମିଲ ପ୍ରଧାନ, ସମାଜସେବୀ ଅସିତ୍ ସ୍ଵାଇଁ, ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ମନ୍ତ୍ରୀ,କେଶବ ରାଉତ, ବାମଦେଇପୁର ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ, ବାମଦେଇପୁର ସମିତି ସଭ୍ୟ ବିକ୍ରମ ମହାପାତ୍ର, ଭୋଳାନାଥ ସ୍ଵାଇଁ, ଶିଶିର ସ୍ଵାଇଁ, ବିଷ୍ଣୁ ପ୍ରଧାନ, ବିଜୟ ଚାନ୍ଦ ନାୟକ ଓ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ନେତ୍ରୃମଣ୍ଡଳୀ ମାନେ ଯୋଗ ଦେଇଥିଲେ।
1