ଏରସମା, 16/04/2025, ଉତ୍କଳ voice news - utkalvoicenews.com
ଚଳିତ ଚୈତ୍ର ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଆରମ୍ଭରେ ଓଡ଼ିଆ ମାନଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଖେଳି ଯାଇଛି । ଏହି ଉପଲକ୍ଷେ ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ବସ୍ ଷ୍ଟାଣ୍ଡ ରେ ହରେକୃଷ୍ଣ ନିର୍ମାଣ ଶ୍ରମିକ ସଂଘ ତରଫରୁ ବାଟୋଇ ମାନଙ୍କୁ ଜଳଛତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ହରେକୃଷ୍ଣ ମଲ୍ଲିକ, ଉପସଭାପତି ପ୍ରମୋଦ କୁମାର ମହାନ୍ତି, ଜଗନ୍ନାଥ ସ୍ବାଇଁ, ପ୍ରମୋଦ ଦାସ, ମିଲି ମଲ୍ଲିକ, ରିଙ୍କିନା ସେଠୀ, ରୀନା ମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ରଶ୍ମିରଞ୍ଜନ ମହାନ୍ତି, ପ୍ରଶାନ୍ତ ସାହୁ, ସନ୍ତୋଷ ସାହୁ, ତପନ ପ୍ରଧାନ, ପଙ୍କଜ ଜେନା, ଛଇଳ ବେହେରା ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବାଟରେ ଯାଉଥିବା ପଥିବ ମାନଙ୍କୁ ଦହି ସର୍ବତ ପ୍ରଦାନ କରି ପଥିକ ଙ୍କ ଶୋଷ ମେଣ୍ଟାଇ ଥିଲେ ।