କୁଜଙ୍ଗ , 17/04/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବିନାମୂଲ୍ୟରେ ଚିକିତ୍ସା, ପରିକ୍ଷା, ଔଷଧ ପ୍ରଦାନ ସହିତ ଅଣସଂକ୍ରାମକ ଓ ଅନ୍ୟାନ୍ୟ ବହୁବିଧ ରୋଗ ସଂକ୍ରାନ୍ତରେ ସଚେତନ କରାଯାଇଥିଲା। ପଙ୍କପାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା ସ୍ମୃତିରଞନ ମହାପାତ୍ର ଶତାଧିକ ରୋଗୀଙ୍କ ଚିକିତ୍ସା କରିବା ସହ ପରାମର୍ଶ ଦେଇଥିଲେ । ଆୟୁଷ ଚିକିତ୍ସାଧିକାରୀଣୀ ଡ଼ା ଗିରିଜା ତ୍ରିପାଠୀ, ଭେଷଜଞ ବ୍ରଜ କିଶୋର ମଲ୍ଲ, ମହିଳା ସ୍ବାସ୍ଥ୍ୟ କର୍ମୀ ଛବିରାଣୀ ଭତ୍ରା, ଶାନ୍ତିଲତା ମାଝୀ, ଏଲଟି ଶଶ୍ମିତା ପରିଡ଼ା ଓ ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ଅରିକ୍ଷିତ ସାହୁ ଏଲିନା ଜିତୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।