ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାରେ ବିଜେଡି ପକ୍ଷରୁ ୨୮ତମ ବିଜୁ ଜୟନ୍ତୀ ପାଳିତ

ଏରସମା, 17/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ବିଜେଡି ପକ୍ଷରୁ ଏରସମା ଗାନ୍ଧୀ ଉଦ୍ୟାନ ଓ ବସଷ୍ଟପ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ ବିଜେଡ଼ି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିତବାସ ଗଚ୍ଛାୟତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ବିଜୁ ବାବୁଙ୍କ ନୀତି ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ବାଲିକୁଦା-ଏରସମା ଯୁବ ବିଜେଡ଼ି ସଭାପତି ପାର୍ଥ ସାରଥୀ ରାଉତ, କୃଷ୍ଣଚନ୍ଦ୍ରପୁର ସମିତିର ସଭାପତି ସମୀର ରଞ୍ଜନ ସ୍ବାଇଁ,ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର,ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କୁମାର ସ୍ବାଇଁ,ରାଣୀ ଟୁଡୁ, ଯୁବ ସମାଜସେବୀ ଗଣେଷ ରାଉତ, ଏରସମା ସରପଞ୍ଚ ସଚ୍ଚିଦା ନନ୍ଦ ଦାସ,ନୁହାଡିହି ସରପଞ୍ଚ ବ୍ରଜ ପ୍ରଧାନ,ଜିଲ୍ଲା ବିଜେଡ଼ି ଉପସଭାପତି ବିଜୟ କୁମାର ପାଳ,ଜାନକାଦେଇପୁର ସରପଞ୍ଚ ଜିତେନ୍ଦ୍ର ବେହେରା, ସମିତି ସଭ୍ୟ ନିମାଇଁ ପାତ୍ର, ଆମ୍ବିକି ସମିତି ସଭ୍ୟ ଧନଞ୍ଜୟ ସାହୁ,ଢ଼ିଙ୍କିଆ ପୂର୍ବତନ ସରପଞ୍ଚ କିଶୋର କୁମାର ପରିଡ଼ା, ପଏଦା ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କିଶୋର ପରିଡ଼ା, ଗଡ଼କୁଜଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ, ସୁଧୀର ମହାପାତ୍ର, ବୈଷ୍ଣବ ମହାନ୍ତି, ନାୟବ ସରପଞ୍ଚ କାଳନ୍ଦୀ ସ୍ବାଇଁ, ବୁଲୁ ରାୟ,ସୁବ୍ରତ ଦାସ,ବିଷ୍ଣୁ ଚରଣ ପ୍ରଧାନ, ଦେବେନ୍ଦ୍ର ଜେନା, ସମୀର ସ୍ବାଇଁ ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରିଥିଲେ। ବିଜେଡ଼ି ପକ୍ଷରୁ ୨୫ ପଞ୍ଚାୟତର ହଜାରରୁ ଊର୍ଦ୍ଧ୍ବ ଶୁଭେଛୁ ଓ ସମର୍ଥକ ମାନେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀରେ ଯୋଗଦେଇ ଥିଲେ।
Article Image
Article Image
1