ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେଣ୍ଟ ଜାଭିୟର ହାଇସ୍କୁଲ ପଙ୍କପାଳ, ରାହାମାର ୧୦ମ ବାର୍ଷିକ ଉତ୍ସବ ୨୦୨୪ ପାଳିତ

ପଙ୍କପାଳ, 23/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର /କୁଜଙ୍ଗ/ତା:୨୩/୧୨/୨୦୨୪ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ଦଶମ ବାର୍ଷିକ ଉତ୍ସବ ଇନ୍ଦ୍ରଧନୁ ଅନୁଷ୍ଠିତ ହୋଇଯାଇଅଛି।
Article Image
ଏହି ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବାସହିତ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ସାହୁ ସଭାପତିତ୍ୱ କରିବା ସହିତ ମଞ୍ଚ ସଂଯୋଜନା କରିଥିଲେ ଅଲଣା ହାଟ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମୁଲ୍ୟ କୁମାର ମିଶ୍ର। ବାର୍ଷିକ ଉତ୍ସବ ର ପ୍ରଥମ ଦିବସରେ ମୂଖ୍ୟଅତିଥି ଭାବେ ଓଟିଭି ର ସର୍ବେ ଭବନ୍ତୁ ସୁଖିନଃ କାର୍ଯ୍ୟକ୍ରମର ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିରୂପେ ଇଂ ପ୍ରଭାକର ସ୍ୱାଇଁ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଯୋଗଦେବା ସହିତ ମୂଖ୍ୟବକ୍ତାଭାବେ ଇଂ ଅଭିନନ୍ଦନ ଦାସ କାର୍ଯ୍ୟକ୍ରମ ପ୍ରଯୋଜକ,ପ୍ରାଥନା ଟିଭି,ସଂମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଦେବାଶିଷ କଣ୍ଠ ବରିଷ୍ଠ ସରକାରୀ ଓକିଲ କୁଜଙ୍ଗ କୋର୍ଟ, ନାରାୟଣ ଚନ୍ଦ୍ର ବାରିକ ଜିଲ୍ଲାସମ୍ପାଦକ ଓଷ୍ଟା,ଆର୍ଯ୍ୟରଞ୍ଜନ ମହାପାତ୍ର ସଭାପତି ସେଣ୍ଟ ଜାଭିୟର ହାଇସ୍କୁଲ, ସମାଜସେବୀ ଡ.ସୁନାକର ବେହେରା ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମ୍ୟାନ, ସରୋଜ କୁମାର ସେଠୀ ସରପଞ୍ଚ ପଙ୍କପାଳ ଗ୍ରାମପଞ୍ଚାୟତ,ରୁଦ୍ରlକ୍ଷ ପାଣିଗ୍ରାହୀ ଶିଶୁ କଳାକାର ୟୁଟୁବ ଭାଇରଲ ବୟ, ଆଦିତ୍ୟ ନାରାୟଣ ମହାନ୍ତି ସମାଜ ସେବୀ ମଞ୍ଚାସିନ ଥିବାବେଳେ ସୁବାସ ଚନ୍ଦ୍ର ଦାସ ପ୍ରଧାନ ଶିକ୍ଷକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଗୋଇ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଖିରୋଦ ଚନ୍ଦ୍ର ପଟ୍ଟନାୟକ,ପ୍ରାକ୍ତନ ସଂସ୍କୃତ ଶିକ୍ଷକ ଶ୍ୟାମାସୁନ୍ଦର ନାୟକ,ସାରଦା ପ୍ରସାଦ ଦାସ ପ୍ରଧାନ ଶିକ୍ଷକ ପଶ୍ଚିମେଶ୍ୱର ଉଚ୍ଚ ବିଦ୍ୟାଳୟ ବଣିତୋ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସଭାଶେଷରେ ବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ମଞ୍ଚାସିନ ସମସ୍ତ ଅତିଥି,ଉପସ୍ଥିତ ସମସ୍ତ ଅଭିଭାବକ ଓ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନଙ୍କୁ କୃତ୍ତଜ୍ଞତା ଓ ଧନ୍ୟବାଦ ପ୍ରଦାନ କରିଥିଲେ।ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ fକାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ଓ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଅଥିତିମାନଙ୍କ ଦ୍ୱାରା ପୁରସ୍କୃତ ପ୍ରଦାନ କରାଯାଇଥିଲା l
1