ପାରାଦୀପ ଗଡ, 18/04/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଥିବା ୧୧ ଗୋଟି ରାଜସ୍ଵ ଗ୍ରାମରେ ସମସ୍ତ ରେସନ କାର୍ଡ ହିତାଧୀକାରୀ ଙ୍କୁ ଆୟୁଷ୍ମାନ ଭାରତ ଯୋଜନା କାର୍ଡ ବଣ୍ଟନ କରାଯାଇଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ଆୟୁଷ୍ମାନ ଭାରତ କାର୍ଡ ରେ ମିଳିବାକୁ ଥିବା ସୁବିଧା, ସୁଯୋଗ ସଂମ୍ପର୍କରେ ହିତାଧୀକାରୀ ମାନଙ୍କୁ ବୁଝାଇଥିଲେ ଓ ପରେ ପରେ ଉପସ୍ଥିତ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଜନସେବା କେନ୍ଦ୍ର ର ପରିଚାଳକ, ସରୋଜ କୁମାର ସାହୁ ଓ ତପନ କୁମାର ମହାପାତ୍ର, ଆଶାକର୍ମୀ ଲତିକା ବେହେରା, ବିଚିତ୍ର ପ୍ରଧାନ, ୱାର୍ଡ ସଭ୍ୟା ରେବତୀ ସ୍ୱାଇଁ, ଗୋଲାପି ବେହେରା, ହେମଲତା ଖଟୁଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l