ଏରସମା, 18/04/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବଳେଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚକୁଳିଆ ଗ୍ରାମର ଲିଭର ଜନିତ ରୋଗରେ ପୀଡିତା ପ୍ରଭାତୀ ମହାନ୍ତିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ପ୍ରଭାତୀ କିଛି ମାସ ହେବ ଲିଭର ଜନିତ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିସ୍ଥାରତ | ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଏବଂ ସ୍ୱାମୀ ପର ଘରେ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି | ବର୍ତ୍ତମାନ ଅର୍ଥାଭାବରୁ ଏହି ଦୁଃଖୀ ପରିବାର ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଛନ୍ତି | ଏବେ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ଜୀବନଜ୍ୟୋତି ଜୟସିଂ, ସୁଧାକର ମହାନ୍ତି, ବାବାଜୀ ରାଉତ ଏବଂ ସତ୍ୟବ୍ରତ ଦାସ ପ୍ରମୁଖ ପ୍ରଭାତୀଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ଦଶ ହଜାର(୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ପ୍ରଭାତୀଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |