ଏରସମା, 20/04/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠୀ ପଞ୍ଚାୟତ ଲୁଣୁପୋଖରୀ ଆରାଧ୍ୟାଦେବୀ ମା' ବନଦୂର୍ଗାଙ୍କର ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି।୨୦୧୮ ମସିହାରେ ଗ୍ରାମବାସୀମାନଙ୍କ ସହଯୋଗରେ ମା"ଙ୍କ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା। ଦୀର୍ଘ ୭ ବର୍ଷ ଧରି ଗ୍ରାମବାସୀମାନଙ୍କ ଅନୁଦାନରେ ୨୦୨୫ ଏପ୍ରିଲ ମାସରେ ପୂର୍ଣ୍ଣ।ଙ୍କ କରାଯାଇଥିଲା। ୨୦୨୫ ଏପ୍ରିଲ ମାସ ତା ୧୮/୪/୨୫/ ତା ୨୦/୪/୨୫ ତାରିଖ ତିନିଦିନ
ଦିନ ବ୍ୟାପି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ କଳସାଧିବାସ,ସୂର୍ଯ୍ୟପୂଜା, ଗୋପୂଜା,ଶିଖରୀସ୍ନାନ,ଷୋଡ଼ଷ ଉପଚାର ପୂଜା,ଯଜ୍ଞ ପୂର୍ଣ୍ଣାହୁତି, ଅଷ୍ଟପ୍ରହରୀ ନାମଯଜ୍ଞ ଓ ପ୍ରଶାଦ ସେବନ କରାଯାଇଥିଲ। ଏହି ଉତ୍ସବରେ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା,ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର କୁଞ୍ଜକୋଠୀ ଗ୍ରାମ ପଞ୍ଚାୟତର ମୁରବୀମାନେ ଯୋଗଦେଇଥିଲେ।ଲୁଣୁପୋଖରୀ ଗ୍ରାମର ସମସ୍ତ ଗ୍ରାମ ବାସୀମାନେ ମା" ବନଦୂର୍ଗାଙ୍କ ଉତ୍ସବ ଦୀର୍ଘ ତିନିଦିନ ଧରି ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।