ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରତିମୂର୍ତ୍ତି ଉନ୍ମୋଚିତ ପାଇଁ ସଂକଳ୍ପ ବୈଠକ

ଏରସମା, 20/04/2025, ଉତ୍କଳ voice news - utkalvoicenews.com
Article Image
ସ୍ଥାନୀୟ ଗାନ୍ଧୀ ମଣ୍ଡପ ଏରସମା ରେ ଲୋକନାଥ ଚୌଧୁରୀ ସ୍ମୁତି କମିଟି କାର୍ଯ୍ୟ କର୍ତ୍ତା ବୈଠକ ଓ ପ୍ରତିମୂର୍ତ୍ତି ଉନ୍ମୋଚିତ ପାଇଁ ଆଜି ପୂର୍ବାହ୍ନ ୧୧ ଘଟିକାରେ ଶଶୀଭୂଷଣ ସ୍ବାଇଁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଜନ ନାୟକ ଲୋକନାଥ ସ୍ମରଣିକା ପାଇଁ, ଲେଖା ସବୁ ଆଗାମୀ ୨୫ତା ସୁଦ୍ଧା ଦାଖଲ କରିବା ପାଇଁ ସ୍ମରଣିକା କମିଟି ମୁଖ୍ୟ ତଥା ସମ୍ପାଦକ ଅରୁଣ କୁମାର ବେହେରା ନିବେଦନ କରିଛନ୍ତି। ପତ୍ରିକା ବାର୍ତ୍ତା କମିଟି ରେ ସର୍ବ ଶ୍ରୀ ଧୋଜ ରାଜ ଖଣ୍ଡୁଆଲ, ନିତ୍ୟାନନ୍ଦ ଦାସ, ଅମୂଲ୍ୟ ବିଶ୍ଵାଳ ଓ ପ୍ରଫୁଲ୍ଲ ଦାସ ଙ୍କୁ ମନୋନୀତ କରାଯାଇଛି। ଆସନ୍ତା ମଇ ପହିଲା ବିଶ୍ଵ ଶ୍ରମିକ ଦିବସ ରେ ଏରସମା ଜଗନ୍ନାଥ ମନ୍ଦିର ରେ ପରବର୍ତ୍ତୀ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପାଇଁ କମିଟି ଦ୍ଵାରା ନିଷ୍ପତି ନିଆଯାଇଥିଲା। ମଇ ୧୯ ବାମପନ୍ଥୀ ଆନ୍ଦୋଳନ ର ମହାନାୟକ, ପୂର୍ବତନ ବିଧାୟକ ପୁର୍ବତନ ସାଂସଦ ଏରସମା ଗର୍ବ ଗୌରବ ସ୍ବର୍ଗତ ଲୋକନାଥ ଚୌଧୁରୀ ଙ୍କ ଶହେ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ପ୍ରସ୍ତାବିତ ପ୍ରତିମୂର୍ତ୍ତି ଉନ୍ମୋଚିତ ସହ ସ୍ମରଣିକା ଜନ ନାୟକ ଲୋକନାଥ ଲୋକାର୍ପଣ ଉତ୍ସବ, ସଭା, ସମାବେଶ ମହା ଆଡ଼ମ୍ବରରେ ପାଳନ ପାଇଁ ସଂକଳ୍ପ ନିଆ ଯାଇଛି। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ସ୍ବାଇଁ, ଦାମୋଦର ବେହେରା, ପିତାମ୍ବର ଦାସ, ରାମ ଚନ୍ଦ୍ର ମୁଦୁଲି, ବାସୁଦେବ ଖଣ୍ଡୁଆଲ୍, ସର୍ବେଶ୍ଵର ବେଉରା, ପ୍ରଫୁଲ୍ଲ କୁମାର ଦାସ, ରବି ଦାସ, ଧୀରେନ୍ଦ୍ର ଚୌଧୁରୀ, ଧୋଜରଜ୍ ଖଣ୍ଡୁଆଲ, ନିବାରଣ ନାୟକ, ଅକ୍ଷୟ ବେହେରା, ଅମୂଲ୍ୟ ବିଶ୍ଵାଳ, ନାଗୁ ଚରଣ ଦେବତା, ବିଚିତ୍ର ନନ୍ଦ ଦାସ, ଅମ୍ବିକା ପ୍ରସାଦ ମହାନ୍ତି, ଦ୍ୱିଜ ରାଜ ଦାସ, ନିତ୍ୟାନନ୍ଦ ଦାସ, ସଚି ଦାସ, ପୀତବାସ ଗଛାୟତ, ରଞ୍ଜନ ଜେନା, ଚନ୍ଦ୍ରଜିତ୍ ଦାସ, ପ୍ରସନ୍ନ କୁଆଁର, ଦୀପ୍ତି ରଞ୍ଜନ ଖଣ୍ଡୁଆଳ, ରବି ଜେନା, ଲୋକନାଥ ମହାନ୍ତି, ଆରୁପନନ୍ଦ ସ୍ବାଇଁ, ଅଭିଜିତ ସାହୁ, ରବୀନ୍ଦ୍ର ବେହେରା, ସମରେଶ ମୁଦୁଲି, ମହେଶ୍ୱର ସ୍ବାଇଁ, ଓମହେଶ୍ୱର୍ ମହାପାତ୍ର ପ୍ରମୁଖ ଯୋଗଦାନ କରି ନିଜ ନିଜର ମତ ବ୍ୟକ୍ତ ସହ ଉତ୍ସବ ର ସଫଳତା ପାଇଁ ସଂକଳ୍ପ ନେଇଥିଲେ।
1