ଏରସମା , 24/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବାଲିତୁଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରଙ୍କ ତରଫରୁ ପ୍ରଦତ୍ତ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ସମ୍ମାନିତ ଅତିଥି ଭାବରେ ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓମ୍ ପ୍ରକାଶ ଦାସ, ଉପ ସଭାପତି ସସ୍ମିତା ସେଠୀ, ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ୧୯୨ ଜଣ ବିଦ୍ୟାର୍ଥୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଅନିରୁଦ୍ଧ ବାରିକ, ନୀରଞନ ଜେନା, ବିଭୂତି ଭୂଷଣ ବେହେରା, ସଭ୍ୟା ସୁନିତା ଦାଶ, ଅମିତା ଦାସ, ରାନୁ ସାମନ୍ତରାୟ ଓ ସରିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ପ୍ରଦୀପ୍ତ କୁମାର ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ସତ୍ଯପ୍ରିୟ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସର୍ବ ଶେଷରେ ଶିକ୍ଷକ ସାଇମନ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ।