ଏରସମା, 20/04/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ଅନ୍ତର୍ଗତ ବନିପାଟ ଗ୍ରାମରେ ହନୁମାନଙ୍କ ଦଶମ ବାର୍ଷିକ ଜନ୍ମ ଉତ୍ସବ ପାଳିତ ହୋଇଛି।ଏହି ଉପଲକ୍ଷେ କଳସ ଶୋଭାଯାତ୍ରା,ଘଟସ୍ଥାପନ, ସୂର୍ଯ୍ୟନାରାୟଣ ପୂଜା,ହନୁମାନ ଚାଳିଶା ପଠନ,ଘ୍ରୃତଯଜ୍ଞ,ଯଜ୍ଞ ପୂର୍ଣ୍ଣାହୁତି ଓ ପ୍ରଶାଦ ସେବନ ଅନୁଷ୍ଠିତ ହୋଇଛି।ରବିବାର ସନ୍ଧ୍ୟାରେ ପଣ୍ଡିତ ପ୍ରତାପ ଦାଶ ଉତ୍ସବରେ ଯୋଗଦେଇ ହନୁମାନଙ୍କ ସମ୍ପର୍କିତ ପ୍ରବଚନ ପରିବେଷଣ ସହିତ ଆଶ୍ରୀବଚନ ପ୍ରଦାନ କରିଥିଲେ।ଏହି ଅବସରରେ ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲା।କାର୍ଯ୍ୟ କ୍ରମରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ପ୍ରଶାଦ ରାଉତ,ଦୀପକ ରାଉତ,ସୂର୍ଯ୍ୟକାନ୍ତ ରାଉତ,ଚଗଲା ଦାସ, ସାଗର ରାଉତ,ନକୁଳ ରାଉତ,ତ୍ରିଲୋଚନ ଦାସ ଓ ବାବାଜୀ ରାଉତଙ୍କ ସମେତ ବନିପାଟ ଗ୍ରାମବାସୀ ମାନେ ଉତ୍ସବ ପରିଚାଳନା କରିଥିଲେ।