ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଞ୍ଜିଆକଣ ଗୋଠର ରାଧାକୃଷ୍ଣ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ

ଏରସମା, 21/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକର ସୋମପୁର ପଞ୍ଚାୟତର କାଞ୍ଜିଆକଣ ଗୋଠ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା, ଘୃତଯଜ୍ଞ ଓ ମନ୍ଦିରର ପୂଜାର୍ଚ୍ଚନା ଓ ହୋମଯଜ୍ଞ ଯଥା ବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାଞ୍ଜିଆକଣ ଗୋଠର ବିଭିନ୍ନ ଗ୍ରାମର ଗୋପାଳ ଭାଇ ମାନେ ଘୋଡାଡିଆ ପାଟଣା, କାଞ୍ଜିଆକଣ, କାମପଡା, ସନ୍ତୋଳ ପ୍ରଭୁତି ଗ୍ରାମର ଗୋପାଳ ଭାଇ ମାନେ ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅମୁଲ୍ୟ ବେହେରା, ଚିତ୍ରସେନ ବେହେରା, ଅଭୟ ବେହେରା, ଧ୍ରୁବ ଚରଣ ଦାସ, ମାନଗୋବିନ୍ଦ ଦାସ, ହେମନ୍ତ ଦାସ, ଚିନ୍ମୟ ଦାସ, ଅଜୟ ଦାସ, ଅରବିନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ନନ୍ଦଲାଲ ସିଂ, ଅଖିଳ ଭାରତୀୟ ଯାଦବ ମହାସଭାର ସାଧାରଣ ସମ୍ପାଦିକା ତଥା ବାଲିକୁଦା ବ୍ଲକ ୩ନଂ ଜୋନ ଜିଲାପରିଷଦ ସଭ୍ୟା ରୁନିଲତା ବେହେରା, ଉତ୍କଳ ଯାଦବ ମହାସଭାର ସମ୍ପାଦକ ସୁବୋଧ ବେହେରା, ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୋଖରିଆପଡା ସମିତି ସଭ୍ୟାଙ୍କ ପ୍ରତିନିଧି ମହେନ୍ଦ୍ର ସେନାପତି, ସୋମପୁର ସରପଞ୍ଚଙ୍କ ପ୍ରତିନିଧି ମୁରଲୀଧର ରାଉତଙ୍କ ସହିତ ବିଭିନ୍ନ ଗୋପାଳ ଭାଇ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକନୃତ୍ୟ, କାଠି ଲଉଡ଼ି ଖେଳ ଓ ପାଲା ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Article Image
1