ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଦ୍ଧିସାହି ଅନନ୍ତ ଗୋସ୍ୱାମୀ ଯାଦବ ସଂଘର ବାର୍ଷିକ କାଠି ଲଉଡି ଉତ୍ସବ

ଜଗତସିଂହପୁର, 21/04/2025, ଉତ୍କଳ voice news - utkalvoicenews.com
Article Image
ବାଲିକୁଦା ବ୍ଲକ୍ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ବୁଦ୍ଧିସାହି ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ଅନନ୍ତ ଗୋସ୍ୱାମୀ ଯାଦବ ସଂଘ ଆନୁକୂଲ୍ୟରେ ବାର୍ଷିକ କାଠି ଲଉଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲାର ବିଭିନ୍ନ ଅଞ୍ଚଳର ବୁଦ୍ଧି ସାହି, ହରିଶପୁର, ଖଣ୍ଡା ସାହି, ହାଟ ସାହି, ନିଗମାନନ୍ଦ, ସଙ୍କେଶ୍ୱର ପାଟକୁରା ପ୍ରଭୃତି ଅଞ୍ଚଳରୁ ଲଉଡ଼ି ସଂଗଠନ ମାନେ ଯୋଗଦେଇ ସେମାନଙ୍କର ଲଉଡ଼ି ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ନନ୍ଦଲାଲ ସିଂ, ଅଖିଳ ଭାରତୀୟ ଯାଦବ ମହାସଭାର ସାଧାରଣ ସମ୍ପାଦିକା ତଥା ବାଲିକୁଦା ବ୍ଲକ ୩ନଂ ଜୋନ ଜିଲାପରିଷଦ ସଭ୍ୟା ରୁନିଲତା ବେହେରା, ଉତ୍କଳ ଯାଦବ ମହାସଭାର ସମ୍ପାଦକ ସୁବୋଧ ବେହେରା, ଉତ୍କଳ ଯାଦବ ମହାସଭାର ଯୁଗ୍ମ-ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ପଦ୍ମବନ ପୀଠ ନିମାଳ ଯାଦବ ମହାସଭାର ସମ୍ପାଦକ ପ୍ରସାଦ ଦାସ, ଜଗତସିଂହପୁର ଜିଲା ଯୁବ ଯାଦବ ସମ୍ପାଦକ ସୁକାନ୍ତ କୁମାର ଦାସ, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ବାବାଜୀ ଚରଣ ଦାସ, ପ୍ରଫୁଲ୍ଲ କୁମାର ବାହାଲିଆ, ଅକ୍ଷୟ କୁମାର ଜେନା, ଧର୍ମାନନ୍ଦ ଦାସ, ନରେଶ ଚାନ୍ଦ ଦାସ, ଅନନ୍ତ ଗୋସ୍ୱାମୀ ଆଞ୍ଚଳିକ ଯାଦବ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା, ତ୍ରିଲୋଚନ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯାଦବ ସମାଜର ଏହି କାଠି ଲଉଡ଼ି ପ୍ରତିଯୋଗୀତା କାହିଁ କେଉଁ କାଳରୁ ଏକ ଆଧ୍ୟାମିକ ପରମ୍ପରା ବହନ କରେ ବୋଲି କହିବା ସହିତ ଏହାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱନାଥ ପରିଡା, ଧୀରେନ୍ଦ୍ର ପରିଡା, ସାଗର ପରିଡା, ଦୀପକ ପରିଡା, ସୌଭାଗ୍ୟ ପରିଡା, ନୃସିଂହ ଦାସ ପ୍ରମୁଖଙ୍କ ସହିତ ଗହୀରପଡା ଓ ବୁଦ୍ଧି ସାହିର ସମସ୍ତ ଜନସାଧାରଣ ସହଯୋଗ କରିବା ସହିତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।
Article Image
1