ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷକ କାଶୀନାଥ ଦାଶଙ୍କ ଦ୍ଵାଦଶାହରେ ୧୯୭୨ ବ୍ୟାଚ ଛାତ୍ର ଛାତ୍ରଙ୍କ ସ୍ମୃତିଚାରଣା

ବୁଗୁଡ଼ା, 21/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ପିପୂଲ୍ସ ହାଇସ୍କୁଲର ପ୍ରାକୁନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଦିବଂଗତ କାଶୀନାଥ ଦାଶ(୯୮) ଙ୍କ ଦ୍ବାଦଶାହ ଉପଲକ୍ଷେ ୧୯୭୨ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ଦ୍ବାରା ଏକ ସ୍ମୃତିଚାରଣ ସଭା ପିପୂଲ୍ସ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ନିକଟସୁ ଶ୍ରଦ୍ଧାପୁର ଗ୍ରାମବାସୀ ହୋଇଥିଲେ ହେଁ ଅବସର ପରେ ବ୍ରହ୍ମପୁର ବ୍ରଜନଗରରେ ସ୍ଥାୟୀ ବାସିନ୍ଦା ରୂପେ ରହି ଆସି ଗତ ୧୦ ତାରିଖ ଦିନ ମା ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରି ଆସି ହଠାତ୍ ଅସୁସ୍ଥ ହୋଇ ପରଲୋକ ଗମନ କରିଥିଲେ। ତାଙ୍କ ବିୟୋଗ ଖବର ପରେ ପ୍ରଥମେ ହାଇସ୍କୁଲ ତରଫରୁ ଶୋକ ସଭା ଆୟୋଜନ କରାଯାଇଥିଲା।ସମ୍ପ୍ରତି ଦ୍ବାଦଶ ଦିବସରେ ଏହି ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚର କୈଳାଶ ଚନ୍ଦ୍ର ଦାସ, ଗୌରିପତି ଦାଶ, ଟି,ସୁଦର୍ଶନ ପାତ୍ର,ବାପୁଜୀ ପାତ୍ର,ପ୍ରକାଶ ଶାନ୍ତିରା,ପ୍ରଶାନୁ କୁମାର ପାଢ଼ୀ,ଆଦିକନ୍ଦ ଜେନା,ଗୌରୀ କୁମାର ନନ୍ଦ,ତ୍ରିଲୋଚନ ସାହୁ, ପୁରସୁମ ମିଶ୍ର ପ୍ରମୁଖ ଏଥିରେ ଯୋଗ ଦେଇ ପୂଜ୍ୟ ଗୁରୁଙ୍କ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ଅବସରରେ ଗୌରୀ ପତି ଦାଶ ଏକ ଗୀତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ ସ୍ବ ଅନୁଭୂତି ପ୍ରକାଶ କରିଥିଲେ।ପୂର୍ବରୁ ଏହି ବ୍ୟାଚର ସ୍ବର୍ଗତ ସହପାଠୀ ଗୋପୀନାଥ ଦୋରା,ଭାସ୍କର ଜେନା,ବିପିନ ବିହାରୀ ସାମଲ ଓ ବିପ୍ର ଚରଣ ସେନାପତିଙ୍କ ଆତ୍ମାର ସଦୃତି ପାଇଁ ମଧ୍ୟ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
1