ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ଆମ ନାଟକ ଭୂବନେଶ୍ଵର ଚମ୍ପିୟାନ ବଜ୍ରବୁଢୀ କଳିଙ୍ଗ ପାରାଦୀପ ରନର୍ସଅପ

କୁଜଙ୍ଗ , 21/04/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ଥାନା ଅନ୍ତର୍ଗତ ମଲ୍ଲାସାହି ପଞ୍ଚାୟତ ଗୈlରପଡା ଡ୍ରାମାଟିକ ପଡିଆଠାରେ ମା" ବଜ୍ର ମହାକାଳୀ ଯୁବ ପରିଷଦର ତୃତୀୟ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ତା ୧୮/୪/୨୫ ରିଖ ଶୁକ୍ରବାର ଦିନ ପ୍ରଥମ ଦିବସରେ ନଟବର ବାରିକଙ୍କ ନିର୍ଦ୍ଦେଶନା ନାଟକ କିଏ ପୋଛିଦେବ ଆଖିର ଲୁହ ପ୍ରଥମ ଦିବସରେ ପାରାଦୀପ ମା" ବଜ୍ରବୁଢୀ କଳିଙ୍ଗ କଳା ମଞ୍ଚ ପାରାଦୀପ ଡ୍ରାମାଟିକ କ୍ଲବ ପରିବେଷଣ କରିଥିଲା। ଦ୍ଵିତୀୟ ଦିବସରେ ଯଶ୍ଅଣାକାର ରାଉତଙ୍କ ନିର୍ଦ୍ଦେଶନାରେ ରାଢଙ୍ଗ ଡ଼୍ୟାମାଟିକ଼ କ୍ଲବ ଏ ସମ୍ପର୍କର ଶେଷ ନାହିଁ ନାଟକ ପରିବେଷଣ କରିଥିବା ବେଳେ ତୃତୀୟ ଦିବସରେ ପ୍ରଭାତ ସାମଲଙ୍କ ନିର୍ଦ୍ଦେଶିକ ନାଟକ ହା କୃଷ୍ଣ ବୋଲି ଯାଉ ଯୀବ ଆମ ନାଟକ ଭୁବନେଶ୍ଵର ପରିବେଷଣ କରିଥିଲା ।ଅନ୍ତିମ ତଥା ଚତୁର୍ଥ ଦିବସରେ ସ୍ୱପ୍ନେଶ୍ଵର ଡ୍ରାମାଟିକ କ୍ଲବ ଜଗତସିଂହପୁର କେତେ ଦୁଃଖ ଦେବୁ କହ ଦଇବ ନାଟକ ପରିବେଷଣ କରିଥିଲା। ଆମ ନାଟକ ଭୂବନେଶ୍ଵର ଡ଼୍ୟାମାଟିକ଼ କ୍ଲବ ଚମ୍ପିୟାନ ହୋଇଥିବାବେଳେ ମା"ବଜ୍ରବୁଢୀ କଳିଙ୍ଗ କଳାକାର ମଞ୍ଚ ପାରାଦୀପ ରନର୍ସଅପ ହୋଇଥିଲା। ମୁଖ୍ୟ ଅତିଥି ସମାଜସେବୀ ସମୀର ବାରିକ , ପ୍ରଦୀପ ରାଉତ, ବିନୋଦ ବିଶ୍ଵାଳ ଆମ ନାଟକ ଭୂବନେଶ୍ଵର ଡ଼୍ୟାମାଟିକ଼ ଟିମ୍ କୁ ଚମ୍ପିୟାନ ଟ୍ରପି ପ୍ରଦାନ କରିଥିଲେ। ମା" ବଜ୍ର ମହାକାଳୀ ଯୁବ ପରିଷଦର ସଭାପତି ଅବିନାଶ ମଲ୍ଲିକ ସଭା ପରିଚାଳନା କରିଥିବା ବେଳ ସଂପାଦକ ସୁରେନ୍ ବାରିକ ଧନ୍ୟବାଦ ଦେଇଥିଲେ। କୋଷାଧ୍ୟକ୍ଷ ସରୋଜ ବାରିକ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ବିଚାରକ ଭାବେ ଡ଼ ଦେବଦତ୍ତ ସାମନ୍ତରାୟ ,ଗୈlତ୍ତମ ଚନ୍ଦ୍ର ଜେନା ଓ ମଳୟ ରାଉତ ଉପସ୍ଥିତ ଥିଲେ। ନାଟକ ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା।ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ମା" ବଜ୍ର ମହାକାଳୀ ଯୁବ ପରିଷଦ ଗୈlରପଡା ସମସ୍ତ ମେମ୍ବରମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
1