ଏରସମା, 07/11/2024, ଉତ୍କଳ voice news - utkalvoicenews.comଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ୨ ନଂ ଜୋନର ପଦ୍ମପୁର ପଞ୍ଚାୟତ ଓଲରା ହାଇସ୍କୁଲ ଠାରୁ ବିଜେଡ଼ି ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଗଡହରିଶପୁର ପଞ୍ଚାୟତର ସରବତ ଜଗନ୍ନାଥ ମନ୍ଦିର ଠାରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିତବାସ ଗୋଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ବିଜେପି ସରକାର ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଯଥା ; ଇଲେଟ୍ରିକ୍ ୩୦୦ ୟୁନିଟ୍ ଛାଡ, ବାଧଷ ଭତ୍ତା ୩୦୦୦ ଟଙ୍କା ବିଭିନ୍ନ ପ୍ରକାର ଜନସାଧାରଣଙ୍କୁ ପଲଭନ ଦେଖାଇ ଠକିଥିବା କହିବା ସହିତ ଯାହା ବିକାଶ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ହୋଇଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ରାନୀ ଟୁଡୁ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ପାର୍ଥ ସାରଥୀ ରାଉତ, ଜିଲ୍ଲା ବିଜେଡ଼ି ଉପସଭାପତି ବିଜୟ କୁମାର ସ୍ବାଇଁ, ଜିଲ୍ଲା ବିଜେଡ଼ି ସମ୍ପାଦକ ଦିନବନ୍ଧୁ ନାୟକ, ରାଜ୍ୟ ବିଜେଡ଼ି ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ, ଗୋଡା ସରପଞ୍ଚ ବିଶ୍ଵ କଲ୍ୟାଣୀ ନାୟକ, ପଦ୍ମପୁର ସରପଞ୍ଚ ଶୋଭାରାଣୀ ପାତ୍ର, ଗଡହରିଶପୁର ସରପଞ୍ଚ ପାର୍ବତୀ ଗୁଡିଆ, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଯୁବ ନେତା ସୁଧୀର ମହାପାତ୍ର, ପୂର୍ବତନ ସମିତି ସଭ୍ୟ ଭିମସେନ ରାଉତ ପ୍ରମୁଖଙ୍କ ସମେତ ବହୁ ନେତା ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ତ୍ରିବ୍ର ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ଧନଞ୍ଜୟ ସାହୁ, ସରପଞ୍ଚ ଜିତେନ୍ଦ୍ର ବେହେରା, ଜଟାଧାରୀ ରାଉତ, ଅନିଲ ରାଉତ, ଅମୁଲ୍ଯ ରାଉତ, ଉମେଶ ସ୍ଵାଇଁ, ହରିବୋଲ ମଣ୍ଡଳ, ସୁଶାନ୍ତ ମାଇତି, କାମଦେବ ପ୍ରଧାନ, ସମାଜସେବୀ ଗଣେଶ ରାଉତ, ଅରୁଣ ବେହେରା ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡିର ମହିଳା ଓ ପୁରୁଷ ଏହି ଉଦଯାପନୀ ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ।

